ଚିଲିକା ନଳରେ ନିଆଁ ଲଗାଇ ୩ ଗିରଫ

ଦୁର୍ଗା ପ୍ରସାଦ ଦାଶ// ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି//ସମୀକ୍ଷା ନ୍ୟୁଜ
ଖୋର୍ଦ୍ଧା,୨୪/୪/୨୪: ଖରା ଦିନ ଆସିଲେ ଚିଲିକାର ନଳରେ ନିଆଁ ଲଗାଇ ଦେଉଥିଲେ ଦୁର୍ବୁତ୍ତ ମାନେ l ନିଆଁ ଲଗାଇ ବିଭିନ୍ନ ପ୍ରକାର ମାଛ ଧରିବାରେ ସଫଳ ହେଉଥିଲେ lହେଲେ ପେଟ୍ରୋଲିଙ୍ଗ ଅଭାବରୁ ନିଆଁ ଲଗା ଘଟଣା ଦିନକୁ ଦିନ ଚିଲିକାରେ ବଢ଼ି ଚାଲିଥିଲା l ତେବେ ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ଼କୁ ଆସିଥିଲା ବନ୍ୟ ପ୍ରାଣୀ ବିଭାଗ lଚିଲିକାର ଟାଙ୍ଗି ଅଞ୍ଚଳରେ 24 ଘଣ୍ଟିଆ ପାଟ୍ରୋଲିଙ୍ଗ ଜାରି ରଖିଥିଲା lବନ୍ୟାପ୍ରାଣୀ ବିଭାଗ ପାଟ୍ରୋଲିଙ୍ଗ କରୁଥିବା ବେଳେ
ମାଫିଆଙ୍କ ନିର୍ଦ୍ଧେଶରେ ଚିଲିକାର ନଳରେ ନିଆଁ ଲଗାଉଥିବା ବେଳେ 3 ଜଣଙ୍କୁ ଗିରଫ କରିଛି l ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେଞ୍ଜ ସୁଭଦ୍ରାପୁର ଘେରି ନିକଟରେ ନଳରେ ନିଆଁ ଲଗାଇବା ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି l
ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ଜିଲ୍ଲାର ରାଜେଶ ତରେଇ 29 ବର୍ଷ ଘର ଆଳିପଡା, ଅନ୍ୟ ଦୁଇ ଜଣ ହେଲେ ଆଳିପଡା ନିକଟ ନୂଆ ଗାଁର ସହଦେଵ ସାହୁ.34 ବର୍ଷ ଓ ଗୋଲଖ ରାଉତ.65 ବର୍ଷ ବୋଲି ଜଣା ପଡିଛି l ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ କିରୋସିନି ବୋତଲ ଦିଆସିଲି ସହ କାଠ ଜବତ କରି ତଦନ୍ତ କରୁଛି ବନ୍ୟପ୍ରାଣୀ ବିଭାଗ l

Leave a Reply

Your email address will not be published. Required fields are marked *