ଟାଙ୍ଗୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ NBSU ୟୁନିଟ ଉଦ୍ଘାଟନ

ଦୁର୍ଗା ପ୍ରସାଦ ଦାଶ//ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି //ସମୀକ୍ଷା ନିୟୁଜ
ଖୋର୍ଦ୍ଧା, ୨୬/୪/୨୪: ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଊ ଗୋଟିଏ ପାଦଆଗକୁ ବଢିଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର lସ୍ଥାନୀୟ ଅଂଚଳ ବାସୀଙ୍କର ଦୀର୍ଘ ଦିନର ଦାବି ଆଜି ପୂର୍ଣ୍ଣ ହୋଇଛି l ନବ ଜାତକ ଶିଶୁଟିଏ ଜନ୍ମ ହେବାସମୟରେ କୌଣସି କାରଣ ଯୋଗୁଁ ଗୁରୁତର ହୋଇ ପଡିଲେ ଆଊ ଚିନ୍ତା କରିବାକୁ ପଡ଼ିବ ନାହିଁ lସେହି ନବଜାତକର ତ୍ୱରିତ ସ୍ୱାସ୍ଥ୍ୟ ଯୋଗାଇ ଦିଆଯାଇ ପାରିବ lସେଥିପାଇଁ ଆଜି
ଟାଙ୍ଗୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନୂତନ ଭାବେ ଖୋଲିଛି NBSU…..NEW BORN STABILASATION ୟୁନିଟ lଏହି ଅବସରରେ
ଅତିରିକ୍ତ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଧିକାରୀ ଡା ରଘୁନାଥ ନାୟକ ରିବନ ଫିତା କାଟି ୟୁନିଟକୁ ଉଦଘାଟନ କରିଛନ୍ତି lଏହା ସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା ସତ୍ୟ ରଂଜନ ନନ୍ଦ, ଶିଶୁ ରୋଗ ବିଶେଷଜ୍ଞ ଡା ଦେବାଶିଷ ଦାଶ l
ଏହି NBSU ୟୁନିଟ କାର୍ଯ୍ୟ କାରୀ ହେବାଦ୍ବାରା କମ୍ ଓଜନର ଗୁରୁତର ଶିଶୁଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରିବ l ତା ସହ
ଶିଶୁ ମୃତ୍ୟୁ ହାରକୁ ମଧ୍ୟ୍ୟ କମ୍ କରି ଦିଆଯାଇପାରିବ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନାୟକ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *