ସୋନପୁର : ମୋଦି ଗ୍ୟାରେଣ୍ଟି ଶୁଣାଇଲେ କେନ୍ଦ୍ର ମନ୍ତ୍ରୀ ଅମିତ୍ ଶାହା

ମୁରଲୀଧର ସାହୁ// ଜିଲ୍ଲା ପ୍ରତିନିଧି//ସମୀକ୍ଷା ନିୟୁଜ
ସୋନପୁର : କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ସାହା ୨୦୨୪ର ନିର୍ବାଚନୀ ବିଗୁଲ ଓଡ଼ିଶାର ବଲାଙ୍ଗୀର ଲୋକସଭା କ୍ଷେତ୍ର ସୋନପୁର ଜିଲ୍ଲାର ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମ୍ରୁ ଆରମ୍ଭ କରି କହିଛନ୍ତି ଯୋଡ଼ି ଶଙ୍ଖ ବହୁତ୍ ଦୁଃଖ, ଯୋଡ଼ି ଫୁଲ ବହୁତ୍ ଭଲ। ଅମିତ୍ ସାହା ଅଭିଭାଷଣ ରେ ମୋଦି ଗ୍ୟାରେଣ୍ଟି ରେ ଲୋକଙ୍କୁ ଘର ଘର ନଳ ରେ ପାଣି ପହଁଚିବ କହିଥିଲେ। ମୋଦୀଙ୍କ ଲୋକପ୍ରିୟତା ଭୟରେ ନବୀନ ସରକାର ଆୟୁଷ୍ମାନ ଯୋଜନା କୁ ବିରୋଧ କରୁଥିବା କହିଥିଲେ।୨୦୨୪ ରେ ସରକାର ଆସିଲେ ପଶ୍ଚିମ ଓଡ଼ିଶା ରେ ଏକ ଟେକ୍ସଟାଇଲ କାରଖାନା, ଆୟୁର୍ବେଦ କାରଖାନା କରିବା ସହ ପୁରୀ କୁ ଆହୁରି ଉନ୍ନତି କରାଇ କାଶୀ ବିଶ୍ଵନାଥ, ରାମ ମନ୍ଦିର ଭଳି ବିଶ୍ଵ ସ୍ତରୀୟ ପର୍ଯ୍ୟଟନ ବିକାଶ କରିବେ ବୋଲି ଅଭିଭାଷଣ ଦେଇଥିଲେ। ମାନନୀୟ ଧର୍ମେନ୍ଦ୍ର ପ୍ରଧାନ ଜି ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶା ରେ ଚାଷ ଜମି କୁ ବହୁଳ ଜଳସେଚିତ, ନିଯୁକ୍ତି କ୍ଷେତ୍ର ରେ ମୋଦି ସରକାର ବହୁମାତ୍ରା ରେ ସହାୟକ ହେବ କହି ଅଭିଭାଷଣ ରଖିଥିଲେ। ଅମିତ୍ ଶାହା ଙ୍କ ଉପସ୍ଥିତି ରେ ପ୍ରବୋଧ ତିର୍କି ବିଜେପି ରେ ଯୋଗଦାନ କରିଥିଲେ।ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲା ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶା ର ଉନ୍ନତି ହେବ ବୋଲି ଗଣ ମାଧ୍ୟମ ରେ ପ୍ରତିକ୍ରିୟା ରଖିଥିଲେ। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପାଣ୍ଡିଆନ ଙ୍କ ଯେଡ୍ ପ୍ଲସ ସୁରକ୍ଷା କୁ ନାପସନ୍ଦ କରି ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଥିଲେ। ସାହା ୨୫ ବର୍ଷ ଓଡ଼ିଶା ଲୋକ ବିଜେଡି କୁ ସୁଯୋଗ ଦେଇଛନ୍ତି ଆଗାମୀ ପାଂଚ ବର୍ଷ ଯୋଡ଼ି ଫୁଲ କୁ ଭୋଟ ଦେଇ ଜୀତେଇ ସେବା କରିବା ସୁଯୋଗ ଦେବାକୁ ଓଡ଼ିଶା ବାସୀଙ୍କୁ ହାତ ଯୋଡ଼ି ଅନୁରୋଧ କରିଥିଲେ.ପ୍ରଚଣ୍ଡ ଖରା ଗରମ ସତ୍ତ୍ୱେ ସଭାରେ ୪୦ ହଜାର ରୁ ଉର୍ଦ୍ଧ୍ବ ଜନତା ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *