ଅଞ୍ଜନ କୁମାର ରଣା /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ
କେଉଁଝର, 27/04/2024: କେନ୍ଦୁଝର ପୋଲିସ କୁ ବଡ ସଫଳତା । ପୋଲିସ ପଞ୍ଚା ରେ ଅନ୍ତ ଜିଲ୍ଲା ଡକାୟତ ଦଳ ର ମାଷ୍ଟର ମାଇଣ୍ଡ ଦାଶରଥି ଧିବର । ତାଠାରୁ ଏକ ପିସ୍ତଲ , ଏକ ବୋଲେରୋ , ଏକ ମୋଟର ସାଇକେଲ ସହ ଏକ ଛୁରା ସହ ୧୪ ଟି ସୁନା ଲକେଟ୍ ଓ ୫୦୦ ଗ୍ରାମ ର ରୂପା ଗହଣା ଜବତ । ତା ନାମରେ କେନ୍ଦୁଝର ସମେତ ୪ ଟି ଜିଲ୍ଲା ରେ ୨୮ ଟି କେଶ ରହିଛି । ଦାଶରଥି ନା ରେ
କେନ୍ଦୁଝର , ରାଉରକେଲା , ଢେଙ୍କାନାଳ , ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନା ରେ ୨୮ ଗୋଟି ବଡ଼ ଡ଼କାୟତି କେଶର ମାଷ୍ଟର ମାଇଣ୍ଡ ଥିଲା । ତା ଘର ବମେଵାରୀ ଥାନା ର ଧନୁର୍ଜୟପୁର ଗାଁରେ । ଗତ ୨୦୨୩ ମସିହା ଅକ୍ଟୋବର ୧୯ ତାରିଖରେ ଦାଶରଥି ଧୀବର ଙ୍କ ନେତୃତ୍ୱରେ ୬ ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନ ରେ ବିଳମ୍ବିତ ରାତିରେ ଗୁଳି ଫୁଟାଇ ସଟର ଭାଙ୍ଗି ୪ଲକ୍ଷ ଟଙ୍କା , ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟିନେଇଥିଲେ । ଏହି ମାମଲା ଆଧାରରେ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୧୬/୧୧/୨୦୨୪ରେ ୫ ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । କିନ୍ତୁ ଏହି ଡକାୟତି ସମେତ ବିଭିନ୍ନ ଜିଲ୍ଲାରେ ୨୮ ଡକାୟତୀ ଘଟଣା ର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର ଫେରାର ଥିଲା । କେନ୍ଦୁଝର ଏସପି ଙ୍କ ନିର୍ଦେଶରେ ଗଠିତ ଏକ ଟିମ ଶେଷରେ ଡ଼କାୟତ ସର୍ଦ୍ଦାର କୁ ଗିରଫ କରିବାରେ ସଫଳ ହୋଇଛି ।