ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:
‘ଅନ୍ତର୍ଜାତୀୟ ତଟସଫେଇ ଦିବସ – ୨୦୨୬’ ଅବସରରେ ଆଜି ପାରାଦ୍ୱୀପ ବେଳାଭୂମିରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ବେଳାଭୂମିକୁ ପ୍ରଦୂଷଣମୁକ୍ତ ଏବଂ ସୁନ୍ଦର କରି ଗଢ଼ିତୋଳିବା ପାଇଁ ଆହ୍ୱାନ ଦେଲି l ପ୍ରକୃତି ଆମକୁ ବିଶାଳ ସମୁଦ୍ର ଓ ସ୍ୱର୍ଣ୍ଣାଭ ବେଳାଭୂମି ଭଳି ଅମୂଲ୍ୟ ସମ୍ପଦ ଦେଇଛି l ଏହା କେବଳ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ବରଂ ଆମ ଓଡ଼ିଆ ଜାତିର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ଶ୍ରେଷ୍ଠ ଇତିହାସ, ଅସଂଖ୍ୟ ସାମୁଦ୍ରିକ ଜୀବଜନ୍ତୁଙ୍କ ଆବାସସ୍ଥଳୀ ଏବଂ ଜଳବାୟୁ ସନ୍ତୁଳନ, ଜୀବିକା, ପର୍ଯ୍ୟଟନ ଏବଂ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର l ତେଣୁ, ସମୁଦ୍ର ଉପକୂଳକୁ ସ୍ୱଚ୍ଛ, ସୁନ୍ଦର ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ l

ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ଆମକୁ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବାକୁ ପଡ଼ିବ l ସମୁଦ୍ରକୂଳକୁ ବୁଲିବାକୁ ଆସିବା ବେଳେ କୌଣସି ପ୍ରକାର ଆବର୍ଜନାକୁ ବାଲିରେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ଭଳି ଉତ୍ତମ ଅଭ୍ୟାସକୁ ଦୈନନ୍ଦିନ ଜୀବନରେ ଆପଣାଇବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାକୁ ହେବ l ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଆମକୁ Reduce, Reuse ଓ Recycle (RRR) ନୀତି ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡ଼ିବ l



Total Users : 6838