Headlines

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପ୍ରତିଯୋଗୀଙ୍କ ସଫଳତା.

ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା, ତା. ୨୦.୦୭.୨୦୨୬ : କଟକସ୍ଥିତ ଚୌଧୁରୀ ବଜାରର କଳିଙ୍ଗ ଜିମନାସିୟମ୍‌ଠାରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଦୁଇଦିନିଆ ୩୨ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।୧୪ରୁ ୧୬ ବର୍ଷ ବାଳିକା ବିଭାଗରେ କୁମାରୀ ଅରପନା ମହନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା…

Read More

ମହାକାଳପଡ଼ାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

୮୦ଟି ଅଭିଯୋଗ ଗ୍ରହଣ; ୧୮ଟି ମାମଲାର ତୁରନ୍ତ ସମାଧାନ, ଜଣେ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫ ହଜାର ଟଙ୍କା ଆର୍ଥିକ ସହାୟତା ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା/ମହାକାଳପଡ଼ା, ତା. ୨୦.୦୭.୨୦୨୬:ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ସହ ପ୍ରଶାସନିକ ସେବାକୁ ଲୋକଙ୍କ ଦ୍ୱାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ରଘୁରାମ ଆର୍.ଆୟରଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।ଶିବିରରେ ମହାକାଳପଡ଼ା ବ୍ଲକ ଅଞ୍ଚଳରୁ…

Read More

ଉତ୍ତରଓଡ଼ିଶା ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ପୀଠରେ ପ୍ରଥମ ରଥଯାତ୍ରା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ଭକ୍ତର ନିଷ୍ଠାଭକ୍ତି ସମର୍ପଣ ପାଇଁ ସ୍ୱୟଂ ଭଗବାନ ଆବିର୍ଭାବ ହୋଇଥାନ୍ତି, ଭକ୍ତର ମନସ୍କାମନା ପୂରଣ କରିଥାନ୍ତି । ଉତ୍ତର ଓଡିଶା ପ୍ରସିଦ୍ଧ ତଥା ବଡ଼ସାହି ବ୍ଲକ ଅଧୀନରେ ରହିଥିବା କଉଡ଼ିଖଣି ଶାଳଜଙ୍ଗଲ ମଧ୍ୟରେ ଅବସ୍ଥିତ ମା’ ହିଙ୍ଗୁଳାପୀଠରେ ଚଳିତବର୍ଷ ପ୍ରଥମ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ପ୍ରାୟତଃ ଓଡିଶା ତଥା ପଡୋଶୀ ରାଜ୍ୟରେ ମା’ହିଙ୍ଗୁଳାପୀଠର ଖ୍ୟାତି ବହୁଳ ଆଲୋଚିତ । ମାଆ ଅଗ୍ନିତତ୍ତ୍ୱର ଅଧିଷ୍ଠାତ୍ରୀ ଦେବୀ ରୂପେ…

Read More

ପଦ୍ମପୁର: ୧୦୮ ଆମ୍ବୁଲାନ୍ସ ପାଲଟିଲା ପ୍ରସବ କକ୍ଷ, ଫାର୍ମାସିଷ୍ଟଙ୍କ ସାହସରେ ବଞ୍ଚିଲା ମା’ ଓ ଶିଶୁ

କିରଣ କୁମାର ପାଣିଗ୍ରାହୀ/ ସମୀକ୍ଷା ନ୍ୟୁଜ/ପଦ୍ମପୁର/ରାୟଗଡ଼ା: ମାନବତା ଓ ସେବା ଭାବନାର ଏକ ଅନନ୍ୟ ଉଦାହରଣ ପୁଣିଥରେ ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଭିତରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ସୂଚନା ଅନୁସାରେ, ଗୁଡ଼ାରୀ ବ୍ଲକ କଦମା ପଞ୍ଚାୟତ ନିକଟସ୍ଥ ଚାକୁଣ୍ଡା ଗ୍ରାମରୁ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲ ଆଣିବା ସମୟରେ ରାସ୍ତାରେ ହଠାତ୍ ପ୍ରସବ ବେଦନା ବଢ଼ି ଯାଇଥିଲା। ପରିସ୍ଥିତି ଗମ୍ଭୀର ହେବାରୁ ୧୦୮…

Read More

୯ ଦଫା ଦାବି ନେଇ ରାଜରାସ୍ତାରେ ଆଶା କର୍ମୀ, ସରକାରୀ ମାନ୍ୟତା ଓ ବେତନ ବୃଦ୍ଧି ପାଇଁ ଦାବି

​ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,୦୯/୦୭/୨୬: ​ଜାତୀୟ ସ୍ୱାସ୍ଥ୍ୟ ମିଶନ(NHM) ଅଧୀନରେ କାର୍ଯ୍ୟରତ ଆଶା କର୍ମୀମାନେ ନିଜର ୯ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଆଜି ମାଲକାନଗିରି ର ସମସ୍ତ ଆଶା କର୍ମୀ ଦାବିପତ୍ର ମାଧ୍ୟମରେ, ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।​ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ…

Read More

ନବରଙ୍ଗପୁର ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ ନବରଙ୍ଗପୁର, ତା. ୦୯.୦୭.୨୦୨୬:(ସମୀକ୍ଷା ନିୟୁଜ) ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗ୍‌ସିପ୍ ଯୋଜନା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ଏବଂ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦିଶା (DISHA) କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର…

Read More

ନବରଙ୍ଗପୁର: ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬ ପ୍ରସ୍ତୁତି ବୈଠକ

ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ ନବରଙ୍ଗପୁର, ତା. ୦୮.୦୭.୨୦୨୬: ଆଗାମୀ ପବିତ୍ର ଘୋଷଯାତ୍ରା/ରଥଯାତ୍ରା-୨୦୨୬କୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡା. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡା. ପୃଷ୍ଟି କହିଥିଲେ ଯେ, ରଥଯାତ୍ରା ଜିଲ୍ଲାର ଏକ ପ୍ରମୁଖ ଧାର୍ମିକ ଓ…

Read More

ମାଲକାନଗିରି:ଭିଜିଲାନ୍ସ ଜାଲ ରେ ଖଣି ଉପନିର୍ଦ୍ଦେଶକ

ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଗିରଫ। ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୦୯/୦୭/୨୬:ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲ ରେ ଧରା ପଡ଼ିଛନ୍ତି ଖଣି ଉପନିର୍ଦ୍ଦେଶକ। ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଗିରଫ ହୋଇ ବିଭିନ୍ନ ସ୍ଥାନ ରେ ଥିବା ତାଙ୍କର କୋଠା ବାଡି ଆୟ ସମ୍ପତି ର ଖୋଲ ତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ମାଲକାନଗିରି କୋରାପୁଟ ଦାଇତ୍ୱ…

Read More

ଗୁଣପୁର: ୪୬ ଲକ୍ଷର ସିସିଟିଭି ପ୍ରକଳ୍ପ ଫେଲ୍! ଗୁଣପୁରରେ କ୍ୟାମେରା ସଚଳ କରିବାକୁ ବିଜେପିର ଦାବି

କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣପୁର, ୯/୭: ଦୀର୍ଘ ମାସ ଧରି ଅଚଳ ହୋଇପଡ଼ିଥିବା ଗୁଣପୁର ପୌରାଞ୍ଚଳର ସିସିଟିଭି କ୍ୟାମେରାଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ସହରରେ ଦିନକୁ ଦିନ ଚୋରି, ଅସାମାଜିକ ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସିସିଟିଭି ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ ବୋଲି ବିଜେପିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଗୁଣପୁର ଉପଜିଲ୍ଲାପାଳ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କୁ ଭେଟି ପୌରାଞ୍ଚଳର ସିସିଟିଭି…

Read More

ଜିଆଇଇଟି ବିଶ୍ବବିଦ୍ୟାଳୟରେ ସବୁଜ ପରିବେଶ ପାଇଁ ବନମହୋତ୍ସବ ଆୟୋଜିତ

କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣୁପୁର: ସ୍ଥାନୀୟ ଜିଆଇଇଟି ବିଶ୍ବବିଦ୍ୟାଳୟ ପରିସରରେ ଗୁଣୁପୁର ବନ ବିଭାଗ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରାରୋପଣ କରାଯାଇ ବନମହୋତ୍ସବର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଏନ.ଭି. ଜଗନ୍ନାଧା ରାଓ, ପ୍ରଫେସର ଡ଼. ଏ.ଭି.ଏନ୍.ଏଲ୍. ଶର୍ମା, ସ୍କୁଲ୍ ଅଫ୍ ନର୍ସିଂର ଅଧ୍ୟକ୍ଷା ଡ଼. ଜୟଶ୍ରୀ, ପ୍ରଫେସର ପ୍ରତିଭା କର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ…

Read More