Headlines

ଟାଙ୍ଗୀ:ଧଳା ଜହର ବେପାରୀ ଗିରଫ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ଖୋର୍ଦ୍ଧା ସମୀକ୍ଷା ନିୟୁଜ:

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା କମାଗୁରୁ ଗ୍ରାମ ରାସ୍ତାରେ ଧଳା ଜହର ବିକ୍ରି କରୁଥିବା ବେଳେ ଖବର ପାଇ ବେପାରୀକୁ ମାଡି ବସିଲା ଟାଙ୍ଗୀ ଅବକାରୀ ପୋଲିସ lଧଳା ଜହର କାରବାର ଅଭିଯୋଗରେ ଜଣେ ଧଳା ଜହର ବେପାରୀ ଗିରଫ lଗିରଫ ବେପାରୀଠାରୁ ୫୨ ଗ୍ରାମ ଧଳା ଜହର ଜବତ କରିଛି ଟାଙ୍ଗୀ ଅବକାରୀ ପୋଲିସ
lଜବତ ଧଳା ଜହରର ବଜାର ଦର ୫ ଲକ୍ଷ ଟଙ୍କାରୁ ଅଧିକ ହେଵ ବୋଲି ଅବକାରୀ ପୋଲିସ ସୂଚନା ଦେଇଛି lଗିରଫ ଅଭିଯୁକ୍ତର ନାମ ପାଣ୍ଡବ ବେହେରା, ୩୨ବର୍ଷ ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ମୟୁର ଝଲିଆ ଗ୍ରାମରେ ବୋଲି ଜଣା ପଡିଛି l

ଅଭିଯୁକ୍ତ ପାଣ୍ଡବ ରୀତିମତ ଭାବେ ଗାଁ ଗାଁ ରେ ଧଳା ଜହର ବିକ୍ରି କରି ଆସୁଥିଲା lଫଳରେ ଯୁବପିଢ଼ିମାନେ ନିଶା ଗ୍ରସ୍ତହୋଇ ଗାଁ ଗହଳି ରେ ଅଶାନ୍ତି ସୃଷ୍ଟି କରୁଥିଲେ lଏନେଇ ଖବର ପାଇବା ପରେ ଟାଙ୍ଗୀ ଅବକାରୀ ଇନିସପେକ୍ଟର ଅଜିତ କୁମାର ପାତ୍ର ନେତୃତ୍ୱ ରେ ଏସ ଆଇ ରାଜେନ୍ଦ୍ର କୁମାର ସିଂ,କର୍ମଚାରୀ ଶମ୍ଭୁନାଥ ପାତ୍ର, ମନୋଜ କୁମାର ଜୟସିଂ, ଅନିଲ କୁମାର ପ୍ରଧାନ,ସୁନିତା ମହାରଣା ପ୍ରମୁଖ କମାଗୁରୁ ଗାଁ ଜଙ୍ଗଲ ନିକଟରେ ଛକି ରହିଥିଲେ lପାଣ୍ଡବ ବେହେରା ଧଳା ଜହର ଧରି ଆସିବା ବେଳେ ଅବକାରୀ କର୍ମଚାରୀ ମାନେ ମାଡି ବସିଥିଲେ l ଅଭିଯୁକ୍ତକୁ ଗିରଫ କରିବାପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ପୋଲିସ ତରଫରୁ ସୂଚନା ମିଳିଛି lଆଗକୁ ପୂଜା ଆସୁଥିବାରୁ ଜୋରଦାର ଚଢ଼ାଉ କରାଯିବ ବୋଲି ଇନ୍ସପେକ୍ଟର ଅଜିତ କୁମାର ପାତ୍ର ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *