ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:
ପିପିଲି.ତା ୧୭।୯ ସିଦ୍ଧେଶ୍ୱର ଦେବ ରାଜମିସ୍ତ୍ରୀ ସଙ୍ଘ ପକ୍ଷରୁ ଦୁଇ ଦିନିଆ ପିପିଲି ବିଶ୍ୱକର୍ମା ମହୋତ୍ସବ ସ୍ଥାନୀୟ ଜୟପୁର ଛକ ଠାରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ସଂଘର ସଭାପତି ମହେନ୍ଦ୍ର ମାଝୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ସମାଜସେବୀ ଗୁଣନିଧି ପ୍ରଧାନ, ସମ୍ମାନିତ ଅତିଥଭାବେ ସଙ୍ଗିତ ଗୁରୁ ସଚ୍ଚିକାନ୍ତ ନାୟକ, ଶଶାଙ୍କ ଶେଖର ମହାନ୍ତି, ପ୍ରଦୀପ କୁମାର ସାହୁ ପ୍ରମୁଖ ସାମିଲ ହୋଇ ରାଜମିସ୍ତ୍ରୀ ମାନଙ୍କ ସମାଜ ପ୍ରତି ଥିବା ଅବଦାନ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଅଞ୍ଚଳ ର ବିଭିନ୍ନ ବର୍ଗ ର ପ୍ରତିଭା, ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ମଞ୍ଚ ପରିଚାଳନା କରିଥିଲେ। ସଙ୍ଗୀତ ଗୁରୁ ସଚିକାନ୍ତ ନାୟକ, ସମ୍ପଦ ମହାପାତ୍ର ଏବଂ ସାଥି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଏହି ସମସ୍ତ କାର୍ଯ୍ୟକ୍ରମ କୁ କୋଷାଧକ୍ଷ ପର୍ଶୁରାମ ସେଠି ଙ୍କ ସମେତ ସମସ୍ତ ରାଜମିସ୍ତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନୁଷ୍ଠାନ ସମ୍ପାଦକ ବିନୋଦ ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।



Total Users : 6759