Headlines

ପରଜଙ୍ଗ:ପୋଖରୀ ରେ ବୁଡି ଜଣେ ମୃତ


ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ:

ପରଜଙ୍ଗ ୧୧/୦୯ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନ ସାନ୍ଦା ଫାଣ୍ଡି ଅନ୍ତର୍ଗତ ରୋଡ ପଞ୍ଚାୟତ ଗଇଲୋ ଗ୍ରାମରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ସୂଚନା ଅନୁଯାୟୀ ଗଇଲୋ ଗ୍ରାମର ବୈଷ୍ଣବ ସାହୁ ଙ୍କ ପୁତ୍ର ଭୀମସେନ ସାହୁ (୫୫) ଆଜି ଦିନ ୧୧ ଘଟିକା ସମୟରେ ଗାଁ ର ପ୍ରଧାନ ବନ୍ଧ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ ଖସି ଯିବାରୁ ଗଭୀର ଜଳ ରେ ବୁଡି ଯାଇଥିଲେ।ଫେରିବା ବିଳମ୍ୱ ହେବାରୁ ପରିବାର ଲୋକେ ପୋଖରୀ ରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ସାନ୍ଦା ଫାଣ୍ଡି ଅଧିକାରୀ ଅନନ୍ତ ମାଝି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ।

Leave a Reply

Your email address will not be published. Required fields are marked *