Headlines

ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ଅଧିକାରୀ ହେଲେ ଦିନେଶ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା /ସମୀକ୍ଷା ନ୍ୟୁଜ
ନୂଆପଡ଼ା/ବୋଡେ଼ନ ତାରିଖ-20-09-2026
ଭଗବାନଙ୍କ ଆଶୀର୍ବାଦ, ନିଜର ଜିଜ୍ଞାସା,ପ୍ରଚେଷ୍ଟା ଅନନ୍ୟ ପ୍ରତିଭା ଓ ମନୋବଳ ଦୃଢ ଏବଂ ଦୀର୍ଘଦିନର ଅଭ୍ୟାସ ବଳରେ ଜିଭ ସାହାଯ୍ୟରେ କମ୍ପ୍ୟୁଟର କି-ବୋର୍ଡରେ ଇଂରାଜୀ ବର୍ଣ୍ଣମାଳା A ରୁ Z ପର୍ଯ୍ୟନ୍ତ ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ୍ ଗ୍ରାମ ପଞ୍ଚାୟତ ର କୁଲିଙ୍ଗାମାଲ ଗ୍ରାମର ଦିନେଶ ଚନ୍ଦ୍ର କଟା।ଦିନେଶ ହାତ ବ୍ୟବହାର ନକରି କେବଳ ଜିଭ ସାହାଯ୍ୟରେ ଲାପଟପ୍ କି-ବୋର୍ଡରେ ଇଂରାଜୀର capital letters A ରୁ Z ପର୍ଯ୍ୟନ୍ତ ଟାଇପ୍ କରିବାର ଅନନ୍ଯ କୌଶଳ ହାସଲ କରିଛନ୍ତି। ତାଙ୍କର ଏହି ପ୍ରତିଭାକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ଯାଞ୍ଚ କରାଯାଇ ରେକର୍ଡ ଭାବେ ସ୍ବୀକୃତି ଦିଆଯାଇଛି।

Fastest individual to type the English alphabet on a computer with his tongue” ଶୀର୍ଷକରେ ତାଙ୍କ ନାମ ରେକର୍ଡଭୁକ୍ର ହୋଇଛି। ଦିନେଶ ମାତ୍ର ୧୫ ସେକେଣ୍ଡରେ A ରୁ Z ପର୍ଯ୍ୟନ୍ତ ଇଂରାଜୀ ବର୍ଣ୍ଣମାଳା ଟାଇପ୍ କରି ଏହି ରେବର୍ତ ହାସଲ କରିଛନ୍ତି। ଏହି ସଫଳତା ପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ତାଙ୍କୁ ରେକର୍ଡ ସର୍ଟିଫିକେଟ୍, ରେକର୍ଡ ହୋଲୁର୍ ID କାର୍ଡ, ମେଡାଲ୍, ବ୍ୟାଜ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ Certificate/Achiever’s Kit ପ୍ରଦାନ କରାଯାଇଛି। ଦିନେଶଙ୍କ ଏହି ଅନନ୍ୟ ସଫଳତାରେ ପରିବାର, ବନ୍ଧୁବର୍ଗ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦିନେଶ କହିଛନ୍ତି ଯେ, ଦୀର୍ଘଦିନର ଅଭ୍ୟାସ ଓ ନିଷ୍ଠା ଯୋଗୁଁ ସେ ଏହି ଅନନ୍ୟ କୌଶଳ ହାସଲ କରିପାରିଛନ୍ତି। ତାଙ୍କ ଏହି ସଫଳତା ଅଞ୍ଚଳ ପାଇଁ ମଧ୍ଯ ଗର୍ବର ବିଷୟ ହୋଇଛି ଓ ଆଗାମୀ ଦିନରେ ଏହି ଜୟ ଯାତ୍ରାକୁ ଆଗେଇ ନେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *