ଏମ୍.ଅମରେଶ କୁମାର/ଦକ୍ଷିଣ ଓଡ଼ିଶା ମୁଖ୍ୟ:
ମାଲକାନଗିରି : ଜିଲ୍ଲାର କାଲିମେଳାଠାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ରୋକିବା ସହ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁଲିସ ଓ ଆର୍ଟିଓ କର୍ମଚାରୀଙ୍କ ପକ୍ଷରୁ ମିଳିତ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୨୦୦ ଜଣ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ଏହି ଅବସରରେ ଚାଳକମାନଙ୍କୁ ହେଲମେଟ୍ ବ୍ୟବହାର, ଗାଡ଼ିର ଆର୍ସି, ଡ୍ରାଇଭିଂ ଲାଇସେନ୍ସ ଓ ଇନ୍ସୁରାନ୍ସ ବୈଧ ରଖିବା ସହ ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବାକୁ ସଚେତନ କରାଯାଇଥିଲା। ଏଥିସହ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଚାଳକଙ୍କ ବିରୋଧରେ ନିୟମାନୁସାରେ ଜରିମାନା ଆଦାୟ କରାଯାଇଥିଲା।
ମିଳିତ ଯାଞ୍ଚ ବେଳେ ୧୨ଟି ଯାନରୁ ମୋଟ ₹୯,୫୦୦ ଜରିମାନା ଆଦାୟ କରାଯାଇଥିବା ବେଳେ ଜଣେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଥିଲା। ତେବେ ଏହି ଯାଞ୍ଚ ସମୟରେ କୌଣସି ମାମଲା ରୁଜୁ କିମ୍ବା ଯାନ ଜବତ କରାଯାଇନଥିଲା। ସଡ଼କ ଦୁର୍ଘଟଣା ହ୍ରାସ ସହ ଟ୍ରାଫିକ୍ ନିୟମ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଏଭଳି ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।



Total Users : 3647