Headlines

ସାହାରପଡା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା: ତୁରନ୍ତ କାମ ସାରିବାକୁ ଅଧିକାରୀଙ୍କୁ ବିଡିଓଙ୍କ ନିର୍ଦ୍ଦେଶ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର

ସାହାରପଡା:୩/୯,କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବ୍ଲକ ବିଡିଓ ରଣଜିତ କୁମାର ମହାନ୍ତ। ବିଡିଓ ବିଭିନ୍ନ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ଚାଲିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ମାଟି ରାସ୍ତା ଧୋଇଯିବା ସହ ଗରିବ ପରିବାରଙ୍କ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ବିଡିଓ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ।ଏହାସହ ନୂତନ ଭାବେ ଆରମ୍ଭ ହୋଇଥିବା VB-G RAM-G ଯୋଜନା ଅଧୀନରେ ଗ୍ରାମ ପଞ୍ଚାୟତଗୁଡ଼ିକୁ I.S.O. ମାନଦଣ୍ଡରେ ଉନ୍ନୀତ କରିବା ଲକ୍ଷ୍ୟରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରାଯାଇଥିଲା।


ଅର୍ଥ କମିଶନ ଅନୁଦାନର ସଠିକ୍ ଉପଯୋଗ ସୁନିଶ୍ଚିତ କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ପରିଦର୍ଶନ ସମୟରେ କଂକ୍ରିଟ୍ ଡ୍ରେନ୍ ଓ ରାସ୍ତାଗୁଡ଼ିକୁ ଆବଶ୍ୟକତା ଅନୁଯାୟୀ ଗ୍ରେଡ୍-ମେଟାଲିଂ ରୋଡ୍‌ରେ ଅପଗ୍ରେଡ୍ କରିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।ଏହି ପରିଦର୍ଶନରେ ଏବିଡିଓ ରଶ୍ମିରେଖା ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ମୋତିଲାଲ ତୁଙ୍ଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସରପଞ୍ଚ ସୁନେଲି ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *