ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
୩୧/୦୮/୨୬ମାଲକାନଗିରି ଥାନା ଅଧୀନସ୍ଥ ଝାଟିଗୁଡ଼ା ଗ୍ରାମର ପଶ୍ଚିମ ପାର୍ଶ୍ୱ ଜଙ୍ଗଲ ଅଞ୍ଚଳରେ ମାଲକାନଗିରି ଅବକାରୀ ଥାନା ପକ୍ଷରୁ ଏକ ବିଶେଷ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଏକ ବୁଦା ନିକଟରୁ ୮ଟି ଜରି ବ୍ୟାଗରେ ଥିବା ସମୁଦାୟ ୨୦୩ କେଜି (୨ କୁଇଣ୍ଟାଲ ୩ କେଜି) ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ୩୦ ହଜାର ଟଙ୍କା ବୋଲି ଆକଳନ କରାଯାଇଛି।
ଘଟଣାସ୍ଥଳରେ କୌଣସି ଅଭିଯୁକ୍ତ ଉପସ୍ଥିତ ନଥିବାରୁ NDPS Act, 1985 ଅନୁଯାୟୀ ଗୋଟିଏ NDPS Case ରୁଜୁ କରାଯାଇଛି। ଗଞ୍ଜେଇର ଉତ୍ସ ଓ ଏହାର ଚୋରାଚାଲାଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି।



Total Users : 3564