ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର
୨/୦୯/୨୬- ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର,ଖାରବେଳ ନଗରଠାରେ ଉଦ୍ଘାଟିତ ହୋଇଯାଇଛି ପାରମ୍ପରିକ ଓ ସମସାମୟିକ ଟେରାକୋଟା ପ୍ରଦର୍ଶନୀ ” ଦ କ୍ଲେ କଣ୍ଟିନ୍ୟୁଅମ୍”।ପ୍ରଦର୍ଶନୀକୁ ଅନ୍ୟ ଅତିଥିମାନଙ୍କ ସହ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ବିନୋଦ ମହାରଣା ଯୋଗଦେଇ ଓଡ଼ିଶାର ପାରମ୍ପରିକ କାଳରୁ ସମସାମୟିକ କଳା ପ୍ରସ୍ତୁତ ହେଲେ କଳାର ପ୍ରକୃତ ଉନ୍ନତି ସାଧିତ ହେବ ବୋଲି କହିଥିଲେ।

ସମ୍ମାନିତ ଅତିଥି ଭାବେ କ୍ରାଫ୍ଟ କାଉନସିଲର ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର,ହସ୍ତଶିଳ୍ପ ବିଭାଗର ସହକାରୀ ନିର୍ଦ୍ଦେଶକ ଭୁବନ ଭାସ୍କର,ଦେବବ୍ରତ ନାୟକ,ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରର କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦାଲା,ବରିଷ୍ଠ ଚିତ୍ରଶିଳ୍ପୀ ରାମହରି ଜେନା ,ବି ଜେ ପି ର ନାରୀ ନେତ୍ରୀ ସସ୍ମିତା ସାମନ୍ତ ଏବଂ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ଼. ପଞ୍ଚାନନ ସାମଲ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ସମସାମୟିକ ଟେରାକୋଟା କୃତି ଉପରେ ଆଲୋକପାତ କରିଥିଲେ।ଏହି ପ୍ରଦର୍ଶନୀରେ ବନ ରଣା,ଜୟଦେବ ରଣା,ମୁକୁନ୍ଦ ରଣା,ନରୋତ୍ତମ ଦାସ,ସଞ୍ଜୟ ମୁଦୁଲି,ସରୋଜ କୁମାର ରାଉତ,ସୁଧୀ ରଞ୍ଜନ ମହାରଥା ଓ ସୁକାନ୍ତ ମୁଦୁଲି ପ୍ରମୁଖ ଆଠଜଣ ଶିଳ୍ପୀଙ୍କ ସୃଜନଶୀଳ ଟେରାକୋଟା କଳାକୃତି ପ୍ରଦର୍ଶିତ ହୋଇଛି।ଉଦ୍ଘାଟନୀ ଉତ୍ସବ ଅବସରରେ ,ଏହି ପ୍ରଦର୍ଶନୀର ଲକ୍ଷ୍ୟ ହେଉଛି ପାରମ୍ପରିକ ଟେରାକୋଟା ଶିଳ୍ପୀ ଓ ସମସାମୟିକ ଭାସ୍କର୍ଯ୍ୟ ଶିଳ୍ପୀଙ୍କ କଳାକୃତିକୁ ଏକାଠି ଦେଖିବାର ସୁଯୋଗ ସୃଷ୍ଟି କରିବା ବୋଲି ପ୍ରଦର୍ଶନୀର କ୍ୟୁରେଟର ସର୍ବେଶ୍ୱର ବିଶ୍ୱାଳ କହିଛନ୍ତି।ପ୍ରଦର୍ଶନୀରେ ଓଡ଼ିଶାର ପାରମ୍ପରିକ ଟେରାକୋଟା ପ୍ରଦର୍ଶିତ ହେବା ସହ ସମସାମୟିକ ଶିଳ୍ପୀଙ୍କ ସୃଜନଶୀଳ ଟେରାକୋଟା କଳାକୃତି ଗୁଡ଼ିକ ବେଶ୍ ହୃଦୟସ୍ପର୍ଶୀ ହୋଇପାରିଛି।ପ୍ରଦର୍ଶନୀରେ ଉପସ୍ଥିତ ସମସ୍ତ ଦର୍ଶକ ଏହି କଳାକୃତି ଗୁଡ଼ିକୁ ଦେଖି ମନ୍ତ୍ରମୁଗ୍ଧ ହୋଇଥିଲେ।ଏହି ପ୍ରଦର୍ଶନୀ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିନ ୧୧ ଟା ରୁ ସନ୍ଧ୍ୟା ୭ ଟା ଯାଏଁ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।



Total Users : 3576