Headlines

କେନ୍ଦ୍ରାପଡ଼ା : ୨୫ କି.ଗ୍ରା. ଗଞ୍ଜେଇ ଜବତ, ୨ ଜଣ କୋର୍ଟ ଚାଲାଣ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା :

# କେନ୍ଦ୍ରାପଡ଼ା, ୦୧/୦୯: କେନ୍ଦ୍ରାପଡ଼ା ଜିଲ୍ଲାରେ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି। ଜିଲ୍ଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉ ସମୟରେ କେଚରପଡ଼ା ଗ୍ରାମରେ କଙ୍ଗୋ ସିଗାରେଟ୍ ଖୋଳ ମଧ୍ୟରେ ଗଞ୍ଜେଇ ଭର୍ତ୍ତି କରି ବେଆଇନ ଭାବେ ବିକ୍ରି କରାଯାଉଥିବା ସମ୍ପର୍କରେ ଅବକାରୀ ବିଭାଗକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା।


ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲାସୀ କରାଯାଇ ୨୫ କି.ଗ୍ରା. ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ମାମଲା ରୁଜୁ କରାଯାଇ କେଚରପଡ଼ା ଗ୍ରାମର ସୂର୍ଯ୍ୟକାନ୍ତ ବାରିକ (୩୨) ଏବଂ ରଶ୍ମୀକାନ୍ତ ବାରିକ (୪୦)ଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ କୋର୍ଟ ଚାଲାଣ କରାଯାଇଛି।
ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ।
ଜିଲ୍ଲାରେ ଅବୈଧ ନିଶାଦ୍ରବ୍ୟର କାରବାର ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଓ ଧରପଗଡ଼ ଜାରି ରହିବ ବୋଲି ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *