Headlines

ପାଟଣା: କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ଘର ପାଇଁ ତହସିଲଦାରଙ୍କୁ ଦାବିପତ୍ର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର:

ପାଟଣା, ୧/୯, ପାଟଣା ତହସିଲ ଅନ୍ତର୍ଗତ ମୂଷାଖୋରୀ ଗ୍ରାମରେ କୁଆପଥର ମାଡ଼ ଯୋଗୁଁ ବହୁ ଚାଳଛପର, ଆଜବେଷ୍ଟସ ଓ ଖପର ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏଥିରୁ କିଛି ପରିବାର ବାଦ ପଡ଼ିଥିବା ଅଭିଯୋଗ ହୋଇଛି।


କ୍ଷତିଗ୍ରସ୍ତ କିଛି ପରିବାରକୁ ପ୍ରଶାସନ ପକ୍ଷରୁ ପଲିଥିନ୍ ଯୋଗାଇ ଦିଆଯାଇଥିବାବେଳେ ଘର ମରାମତି ପାଇଁ ଏପର୍ଯ୍ୟନ୍ତ କୌଣସି ଆର୍ଥିକ ସହାୟତା ମିଳିନଥିବାରୁ ଅନେକ ପରିବାର ଅସୁବିଧାରେ ରହିଥିବା ଦାବି କରିଛନ୍ତି। ଭଙ୍ଗା ଛପର ଓ କ୍ଷତିଗ୍ରସ୍ତ ଘର ଯୋଗୁଁ ବର୍ଷା ସମୟରେ ପରିବାରଗୁଡ଼ିକ ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଇଛି।ଏହି ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ସମସ୍ତ ପରିବାରଙ୍କୁ ଯଥାଶୀଘ୍ର ନିୟମାନୁସାରେ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ପ୍ରଦାନ କରିବା ସହ ତାଲିକାରୁ ବାଦ ପଡ଼ିଥିବା ପରିବାରଗୁଡ଼ିକର ପୁନଃ ଯାଞ୍ଚ କରି ସେମାନଙ୍କୁ ମଧ୍ୟ ସହାୟତା ତାଲିକାରେ ସାମିଲ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।ଏନେଇ ଗ୍ରାମର କିଛି ଲୋକ ପାଟଣା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *