Headlines

ବଣାଇଁ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଗୁଡ଼ା କୁ “ପ୍ରକୃତି ମିତ୍ର ୨୦୨୬” ପୁରସ୍କାର

ବିନୟ କୁମାର ସାହୁ / ବଣାଇଁ ସବଡ଼ିଭିଜନ ରିପୋର୍ଟର /ସମୀକ୍ଷା ନିୟୁଜ : ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସୁନ୍ଦରଗଡ ଜିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳନ ଅବସରରେ ବଣାଇଁ ବ୍ଲକ୍ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ରୁଗୁଡ଼ା କୁ ପ୍ରକୃତି ମିତ୍ର ୨୦୨୬ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର କୁ ମୁଖ୍ୟ ଅତିଥି ସୁନ୍ଦରଗଡ ଜିଲ୍ଲା ବନବିଭାଗ ଅଧିକାରୀ ଶ୍ରୀଯୁକ୍ତ ଖୁସ୍ ୱନ୍ତ ସିଂ (ଡିଏଫ୍ଓ) ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀଧର ବାଙ୍କ ଙ୍କୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପ୍ରଦାନ କରିଥଲେ। ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ରୁଗୁଡ଼ାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀଙ୍କ ପରିବେଶ ସୁରକ୍ଷା ତଥା ବୃକ୍ଷ୍ୟରୋପଣ ପ୍ରତି ଥିବା ବିଶେଷ ଅନୁରକ୍ତି ତଥା ବଣାଇ ଉପଖଣ୍ଡ ବନବିଭାଗ ର ସହଯୋଗ ପାଇଁ ବିଶେଷ କୃତଜ୍ଞତା ଜ୍ଞାପନ କରି ଥିଲେ ।

Leave a Reply

Your email address will not be published. Required fields are marked *