Headlines

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମଧୁବାବୁଙ୍କର ପ୍ରଥମ ବାର୍ଷିକୀ ଉପଲକ୍ଷେ ସ୍ମରଣିକା ଉନ୍ମୋଚନ ଓ ସ୍ମୃତିସଭା ଅନୁଷ୍ଠିତ


ବାଲେଶ୍ୱର/ସମୀକ୍ଷା ନିଉଜ:

ବସ୍ତା ବ୍ଲକ କୁଣ୍ଡପୁର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମଧୁସୂଦନ ବେହେରାଙ୍କ ପ୍ରଥମ ବାର୍ଷିକୀ ଉପଲକ୍ଷେ ମଧୁସ୍ମୃତି ସ୍ମରଣିକା ଉନ୍ମୋଚନ ହୋଇଥିଲା, ଏହି ସ୍ମୃତି ଚାରଣ ସଭାରେ ବିଭିନ୍ନ ମନ୍ଦିରର ଉକ୍ତ ଗୋଷ୍ଠୀ, ବହୁ ସମାଜସେବୀ, ବିଭିନ୍ନ ରାଜନୈତିକ ଦଳ ର ନେତୃବୃନ୍ଦ, ବ୍ୟବସାୟୀକ ସଂଗଠନ ଓ ବହୁ ମାନ୍ୟଗଣ୍ୟ ବିଶିଷ୍ଠ ବ୍ୟକ୍ତି ତଥା ବସ୍ତା ଅଞ୍ଚଳର ବହୁ ସଂଖ୍ୟାର ଲୋକ ଯୋଗଦାନ ଦେଇ ମଧୁଵାବୁ ଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ବକ୍ତା ମାନେ ତାଙ୍କୁ ଜଣେ ସୁଦକ୍ଷ ସଂଗଠକ, ସଂସ୍କାରକ ଓ ଜଣେ ସନାତନୀ ପ୍ରଚାରକ ରୂପେ ଅଭିହିତ କରିଥିଲେ। ସେ ଜଣେ ପରୋପକାରୀ ଭାବେ ବନ୍ୟା, ବାତ୍ୟା ଓ ବିଭିନ୍ନ ସୁବିଧା, ଅସୁବିଧାରେ ପ୍ରତି ଲୋକଙ୍କ ହୃଦୟରେ ରହିପାରିଥିଲେ। ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ମଠ ମନ୍ଦିରର ପ୍ରତିଷ୍ଠାତା ଭାବେ ସେ ପରିଚିତ ଥିଲେ।

ଏହି ସ୍ମୃତି ସଭାରେ ତାଙ୍କ ସାନଭାଇ ଇଂ ଜନର୍ଦ୍ଧନ ବେହେରା ମଞ୍ଚ ପରିଚାଳନା କରିବ ସହିତ ବିଜୟ କୁମାର ରାଉଳ ଧନ୍ୟବାଦ ଦେଇ ସାଙ୍ଗ କରିଥିଲେ। ଏହି ସ୍ମୃତି ସଭାରେ ଡ଼ ଉମାକାନ୍ତ ଭଞ୍ଜ, ଅମୁଲ୍ୟ ରତନ ଦାସ, ଅଭିରାମ ମହାନ୍ତି, ଦୀନକୃଷ ମହାନ୍ତି, ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟିକା ସୁବାଶିନୀ ଜେନା, ସମାଜସେଵୀ ରବୀନ୍ଦ୍ର ଜେନ, ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦେବ, ଡ଼ ଅରୁଣ କୁମାର ଭୂୟାଁ, ଡ଼ ରତ୍ନାକର ଦାସ, ସମାଜସେଵୀ ସୁଶୀଲ କୁମାର କର୍ଣ୍ଣାନି, ଯୁବନେତା ରବୀନ୍ଦ୍ର କୁମାର ଦାସ, ବରିଷ୍ଠ ନେତା ତଥା ସମାଜସେବୀ ସୁଧାଂଶୁ ଜେନା, ଅପରାହ୍ନ ଖବରକାଗଜର ସମ୍ପାଦକ ତଥା ରାଜ୍ୟ ସାମ୍ବାଦିକ ସଂଘର ସଭାପତି ବଂଶୀଧର ଜେନା, ସମାଜସେଵୀ ମଣ୍ଟୁ ପଣ୍ଡା, ବିଶିଷ୍ଠ ଶିକ୍ଷାବିତ ଡ଼ ଗଣେଶ ନାରାୟଣ ପ୍ରହରାଜ, ଇଂ ସୁଶୀଲ କୁମାର ଧଳ, ଡ଼ ଶଶାଙ୍କ ଶେଖର ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *