Headlines

ଗୁରୁ ଦିବସରେ ଶିକ୍ଷକଙ୍କୁ ପଦୋନ୍ନତି ଭେଟ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ :

ରାୟଗଡ଼, ୫/୯/୨୦୨୬: ରାୟଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋବିନ୍ଦ ଚନ୍ଦ୍ର ଦେବ ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ପାଳିତ ହୋଇଛି। ଏହି ଅବସରରେ ଡିଇଓ ଭଜନଲାଲ ମାଝୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକଙ୍କୁ ଦେଶଗଠନର ମେରୁଦଣ୍ଡ ବୋଲି କହିଥିଲେ।

ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ଡ. ଦୁଷ୍ମନ୍ତ କୁମାର ମହାନ୍ତି ଯୋଗଦେଇ ଶିକ୍ଷା ବ୍ୟବସ୍ଥାରେ ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ୩୦ ଜଣ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା।

ଗୁରୁ ଦିବସରେ ରାୟଗଡ଼ ଜିଲ୍ଲାର ୩୭୯ ଜଣ ଶିକ୍ଷକଙ୍କୁ କାଉନସେଲିଂ ମାଧ୍ୟମରେ ପଦୋନ୍ନତି ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣୀଙ୍କ ଅନୁମତିକ୍ରମେ ଏହି ପଦୋନ୍ନତି ପ୍ରକ୍ରିୟା ହୋଇଥିବାରୁ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳ, ଡିଇଓ ଓ ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *