
ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି. /ପାତ୍ରପୁର ବ୍ଲକ:
ପାତ୍ରପୁର ୦୫/୦୯/୨୦୨୬
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ପାତ୍ରପୁର ପ୍ରାଥମିକ ଶିକ୍ଷକ ଭବନ ଠାରେ ପଵିତ୍ର ଗୁରୁ ପୂଜନ କାର୍ଯ୍ୟକ୍ରମ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷକ ନେତା ଟୁଟୁ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବି ଇ ଓ ସୀତାରାମ ପାତ୍ର ମୁଖ୍ୟ ବକ୍ତା ଭାବେ ଏ ବି ଇ ଓ ଜଗନ୍ନାଥ ଭୂୟାଁ , ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ପୂର୍ବତନ ବି ଇ ଓ କୁରେଶୁ ସେଠୀ ସ୍ୱରୂପ ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ବି ଆର୍ ସି ସି ସୀମାଞ୍ଚଳ ପାଇକ ସୁଶୀଲ ପାତ୍ର,ସମ୍ପାଦକ କେ ମୋହନ ରାଓ, ପୂର୍ବତନ ସରପଞ୍ଚ ସଦାନନ୍ଦ ନାୟକ, ପ୍ରମୁଖ ମଞ୍ଚାସିନ ରହି ପ୍ରଥମେ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

ଅତିଥି ମାନେ ଗୁରୁ ଦିବସ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ସି ଆର୍ ସି ସି ରାଜେଶ୍ ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ଚଳିତ ବର୍ଷ ଅବସର ନେଇଥିବା ଦଶ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁଷ୍ପଗୁଛ,ପଟ୍ଟବସ୍ତ୍ର ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସେହିପରି ଅବସର ପ୍ରାପ୍ତ ବି ଇ ଓ କୋରେସୁ ସେଠୀ ଙ୍କୁ ମଧ୍ଯ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷକ ରାମ ଗୋପାଳ ପାଢ଼ୀ ବେଦ ମନ୍ତ୍ର ପାଠ କରିଥିବା ବେଳେ ଲୋକନାଥ ପ୍ରଧାନ ମଞ୍ଚ ଆବାହନ କରିଥିଲେ। କେ ମିଥୁନ ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପ ସଭାପତି ଗିରିଜା ଶଙ୍କର ନାୟକ, ଶିଶିର ମହାପାତ୍ର, ପ୍ରଶାନ୍ତ ସାହୁ,



Total Users : 6801