
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୦୫/୦୯/୨୬
ଶିକ୍ଷକ ଦିବସ ଅବସରରେ ମାଲକାନଗିରି ଜିଲ୍ଲା ଶିକ୍ଷା ପରିବାର ପାଇଁ ଖୁସିର ଖବର। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ଆଜି ୧୭୬ ଜଣ ଲେବଲ୍-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩ କୁ ପଦୋନ୍ନତି ପ୍ରଦାନ କରାଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ଚିଠି ସଂଖ୍ୟା ୫୪୪୭ ଏବଂ ୫୪୫୪ ତା ୩-୯-୨୦୨୬ ମାଧ୍ୟମରେ ପଦୋନ୍ନତି ପାଇବା ଏବଂ ବିଦ୍ୟାଳୟ ନିର୍ଦ୍ଧାରିତ ପାଇଁ ଜିଲ୍ଲାସ୍ତରୀୟ କାଉନସେଲିଂ ପାଇଁ ଆଜି ଆହ୍ୱାନ କରାଯାଇଥିଲା।

ଏହି ସନ୍ଦର୍ଭରେ ଘୋଷଣା ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ଶିକ୍ଷକ ଦିବସ ସମ୍ମାନ ସମାରୋହରେ ଘୋଷଣା କରିଥିଲେ ଓ ଶୁଭେଛା ବାର୍ତ୍ତା ଦେଇଥିଲେ ।
ସମସ୍ତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମକର୍ତ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମ୍ପାଦନ ହୋଇଅଛି।
ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ, ଏହି ପଦୋନ୍ନତି ହେଉଛି ଶିକ୍ଷକମାନଙ୍କ ନିଷ୍ଠା ଓ କଠିନ ପରିଶ୍ରମର ସମ୍ମାନ। ଏହା ଶିକ୍ଷକମାନଙ୍କୁ ଆହୁରି ପ୍ରେରଣା ଦେବ।
ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଓ ସେମାନେ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।



Total Users : 6801