Headlines

ନୂଆପଡ଼ା:ପୋଖରୀ ପାଣି ରେ ବୁଡି ଦୁଇ ଜଣ କୁନି ଝିଅଙ୍କ ମୃତ୍ୟୁ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି/ ସିନାପାଲି/ନୂଆପଡା ସମୀକ୍ଷା ନ୍ୟୁଜ:

ଆମ୍ବୁଲାନ୍ସ ବିଳମ୍ବ ରେ ପହଂଚିଵା ଯୋଗୁଁ ପୋଲିସ ଗାଡ଼ିରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ ଥାନାଧିକାରୀ
ତା:୦୬.୦୯. ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ତିଲେମାଲ୍ ଗାଁ ର ନୀଳକଣ୍ଠ ହଂସ। ତାଙ୍କର ଦୁଇ କୁନି ଝିଅ ଗ୍ରାମ ନିକଟସ୍ଥ ଦର୍ଲିବନ୍ଧକୁ ଗାଧୋଇବା ପାଇଁ ଯାଇ ଆଉ ଫେଇ ନଥିଲେ। ସେ ଦୁହେଁ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି।ଦୁଇ କୁନି ଝିଅଙ୍କ ମୃତ୍ୟୁ ଘଟଣା ଖବର ପ୍ରସାରିତ ହେବା ପରେ ଗ୍ରାମ ପୋଖରୀ ନିକଟରେ ଗ୍ରାମବାସୀ ମାନେ ଆସି ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଶବକୁ ଜବତ କରିଛନ୍ତି। , ପରିବାରଙ୍କୁ ଆର୍ଥିକ ସହଯୋଗ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ସରକାର ପକ୍ଷ ରୁ ସହାୟତା ପ୍ରଦାନ ହେବା ବ୍ୟବସ୍ଥା ରହିଅଛି। ସିନାପାଲି ଅଞ୍ଚଳ ତିଲେମାଲ୍ ଗାଁ ର ନୀଳକଣ୍ଠ ହଂସଙ୍କ ଦୁଇ ଝିଅ ହେଲେ ଯଶୋଦା ହଂସ ଓ ଗୁପ୍ତେଶ୍ୱରି ହଂସ, ବୋଲି ଜଣାପଡ଼ିଛି।


ସିନାପାଲି ଥାନା ଅନ୍ତର୍ଗତ ତିଲେଇମାଲ ଗ୍ରାମର ଅଘଟଣରେ ପ୍ରାଣ ହରାଇଥିବା ଦୁଇ ନାବାଳିକା ଭଉଣୀଙ୍କ ଶବ ନେବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରୁ ଗାଡ଼ି ଆସିବାରେ ବିଳମ୍ବ ହୋଇଥିଲା । ଏହାଦେଖି ସିନାପାଲି ଥାନାଧୀକାରୀ ମହେଶ୍ଵର ପାଣିଗ୍ରାହୀ ପୁଲିସ ଗାଡ଼ିରେ ଶବ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚାଇଥିବା ଜଣାପଡିଛି। ଥାନାଧିକାରୀଙ୍କ ଏଭଳି ମାନବିକତାକୁ ଲୋକେ ପ୍ରଶଂସା କରିଛନ୍ତି। ପ୍ରକାଶ ଯେ, ପୂର୍ବାହ୍ନ ୧୧ଟାରେ ଏହି ଅଘଟଣ ଘଟି ଥିବାବେଳେ ଖବରପାଇ ସିନାପାଲି ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା । ଶବ ଉଦ୍ଧାରକରି ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ହସ୍ପିଟାଲକୁ ଯୋଗାଯୋଗ କରାଯାଇଥିଲା। ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ି ନପହଞ୍ଚିବାରୁ ଥାନାକରୀ ପୋଲିସ ଗାଡ଼ିରେ ଶବ ନେଇ ହସ୍ପିଟାଲକୁ ପହଞ୍ଚିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଏପରି ଅବହେଳାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି

Leave a Reply

Your email address will not be published. Required fields are marked *