ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:
ଦୁଃଖ ସମୟରେ ଅସହାୟ ପରିବାର ପାଖରେ ଠିଆ ହୋଇ ମାନବିକତାର ପରିଚୟ ଦେଇଛି ମାନବ ପ୍ରେମୀ ସେବା ଟ୍ରଷ୍ଟ l ଚମ୍ପୁଆ ନିକଟ ମଙ୍ଗଳ ପୁର ଗ୍ରାମର ସୁବାସ ଗିରି ଏକ ବାଇକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ମାତ୍ର ତାଙ୍କର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସ୍ତ୍ରୀ ମେନକା ଗିରି ଶୁଦ୍ଧି କ୍ରିୟା ପାଇଁ ସମ୍ପୂର୍ଣ ଅସମର୍ଥ ଥିଲେ l ପରିବାରର ଏହି ଦୁଃଖଦ ଖବର ପାଇବା ପରେ ମାନବ ସେବା ଟ୍ରଷ୍ଟ ର କର୍ମକର୍ତା ମାନେ ତୁରନ୍ତ ଅଣ୍ଡା ଭିଡ଼ିଥିଲେ, ଶୁଦ୍ଧ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ସଂଘର କର୍ମକର୍ତା l ଏହି ଭଳି ଏକ ମହୋତ କାମକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି l ଏହି ଦୁଃଖଦ ସମୟରେ ଟ୍ରଷ୍ଟ ତରଫରୁ ସଭାପତି ବିଚିତ୍ରା ନନ୍ଦ ଦାସ, ସମ୍ପାଦକ ପ୍ରମୋଦ ମହାନ୍ତ, ଉଦିତ ନାରାୟଣ ଗିରି ଓ ପ୍ରଭାସିନୀ ନାୟକ ମୃତକ ପରିବାରକୁ ସମବେଦନା ଜଣାଇ ଥିଲେ



Total Users : 6801