ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ
ଡେଲାଙ୍ଗ,ତା୭।୯ ଡେଲାଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଓ ପରିସରରେ ଥିବା ବିଜୁପଟ୍ଟନାୟକ ସମ୍ମିଳନୀ କକ୍ଷରେ ନେଟୱାର୍କ ସମସ୍ୟା ଦୀର୍ଘ ବର୍ଷ ଧରି ଲାଗିରହିଛି | ଫଳରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହେଉଛି। ସେହିପରି ଡେଲାଙ୍ଗ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଠିକ୍ ଢଙ୍ଗରେ ନେଟୱାର୍କ ର ଆସୁନାହିଁ | ଘରୁ ବାହାରକୁ ଆସିଲେ ଫୋନସେବା ମିଳୁଛି । ତାହା ପୁଣି ସବୁ ସମୟରେ ନୁହେଁ | ସଂପ୍ରତି ମୋବାଇଲ ଫୋନ ମାଧ୍ୟମରେ ଛାତ୍ର ଛାତ୍ରୀମାନେ ଶିକ୍ଷା ସମ୍ପର୍କୀୟ ସୂଚନା ପ୍ରାପ୍ତିର ବ୍ୟବସ୍ଥା ରହିଥିଲା ବେଳେ, ନେଟୱାର୍କ ଠିକ ରହୁନଥିବାରୁ ଛାତ୍ରଛାତ୍ରୀଙ୍କ ପାଠ ପଢା ବ୍ୟାହତ ହେଉଛି | ମୋବାଇଲ ମାଧ୍ୟମରେ ୟୁ ପି ଆଇ ପେମେଣ୍ଟ ଚାହିଦା ବୃଦ୍ଧି ପାଇଥିଲେ ମଧ୍ୟ ନେଟୱାର୍କ ଅଚଳ ରହୁଥିବାରୁ ବ୍ୟବସାୟୀ ଓ ଗ୍ରାହକ ସମସ୍ୟାରେ ରହୁଛନ୍ତି | ସାଧାରଣ ଉପଭୋକ୍ତା ଏକ ମାସ ର ରିଚାର୍ଜ କରିବା ପରେ ୨୮ ଦିନର ସେବା ମିଳୁଛି ।

କିନ୍ତୁ ଦୁଃଖର ବିଷୟ ସାଧାରଣ ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ସରକାର ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ। ଆଜି ସାଧାରଣ ଉପଭୋକ୍ତା ନିଜର ସୁରକ୍ଷା କୁ ନେଇ ବହୁତ ଚିନ୍ତିତ ।ରିଚାର୍ଜ ପ୍ଲାନ୍ ଶେଷ ହେବାମାତ୍ରେ ଇନ୍ କମିଙ୍ଗ୍ କଲ୍ କମ୍ପାନୀ ପକ୍ଷରୁ ବନ୍ଦ କରି ଦିଆଯାଉଛି। ନେଟୱର୍କ ଠିକ୍ ଭାବରେ କାର୍ଯ୍ୟକାରୀ କରୁନଥିବାରୁ ଇଣ୍ଟରନେଟ୍ ବ୍ୟବହାର କରିବା ବେଳକୁ ସମସ୍ୟା ଭୋଗୁଛନ୍ତି ଉପଭୋକ୍ତା। ଏ ସମ୍ପର୍କରେ ନିଖିଳ ଓଡିଶା ଉପଭୋକ୍ତା ସୁରକ୍ଷା ମହାସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଡେଲାଙ୍ଗ ବିଡ଼ିଓ ସମୀର ବେହେରାଙ୍କୁ ସୋମବାର ପ୍ରଦାନ କରାଯାଇଛି | ଦାବି ସମୁହ ହେଲା (୧) ରିଚାଜ୍ ପ୍ଲାନ୍ ଶେଷ ହେବା ମାତ୍ରେ ଇନ୍ କମିଙ୍ଗ୍ କଲ୍ ବନ୍ଦ କରିବା ନିଷ୍ପତ୍ତି ବଦଳାନ୍ତୁ । ଇନ୍ କମିଙ୍ଗ୍ କଲ୍ ଆସିବା ଜାରିରହୁ (୨) ଯେଉଁ ସବୁ ସ୍ଥାନରେ 5G ନେଟୱର୍କ ଆସୁନାହିଁ ସେହି ସବୁ ସ୍ଥାନରେ ରିଚାର୍ଜ ପ୍ଲାନ୍ ପରିବର୍ତ୍ତନ କରନ୍ତୁ। (୩) ଜଣେ ଉପଭୋକ୍ତା ଦିନକର ଡାଟା ସାରିପାରୁ ନଥିବା ବେଳେ ତାର ବଳକା ଡାଟା ପରବର୍ତ୍ତୀ ଦିନକୁ କାର୍ଯ୍ୟକ୍ଷମ ରହୁ ଏବଂ ତାର ବୈଧତା ରିଚାଜ୍ ପ୍ଲାନ୍ ଶେଷ ହେବା ପର୍ଯ୍ୟନ୍ତ ରଖା ଯାଉ (୪) ଯେଉଁ ସବୁ ନେଟୱର୍କ ଟାୱାର ଗୁଡିକ କାର୍ଯ୍ୟକାରୀ ହେଉନାହିଁ ତାହାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରାଯାଉ।(୫) ଯେଉଁ ସ୍ଥାନରେ ବିଏସ୍ଏନ୍ଏଲ୍ ଟାୱାର ବା ବିଭିନ୍ନ କମ୍ପାନୀ ର ଟାୱାର ଗୁଡ଼ିକ ରହିଛି ତାକୁ କାର୍ଯ୍ୟକାରୀ କରାନ୍ତୁ ଏବଂ ଆବଶ୍ୟକ ସ୍ଥଳେ ନୂତନ ଟାୱାର ସ୍ଥାପନ କରାଯାଉ ।

(୬)ଯେଉଁ ସବୁ ନେଟୱର୍କ ଟାୱାର ଅଛି ସେ କେଉଁ କମ୍ପାନୀ ର ତାହା ସାଧାରଣତଃ ଜାଣି ହେଉନାହିଁ ସେହି ଟାୱାର ମାନଙ୍କରେ କମ୍ପାନୀର ଲୋଗୋ ଲଗାଯାଉ। (୭) ରିଚାର୍ଜ ପ୍ଲାନ୍ ବୃଦ୍ଧି ନହୋଇ ତାହାକୁ କମ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି | ଉକ୍ତ ଦାବି ଗୁଡ଼ିକୁ ଏକ ମାସ ମଧ୍ୟରେ ସମାଧାନ କରିବା ପାଇଁ ନିବେଦନ କରାଯାଇଛି ଏବଂ ଆଗାମୀ ଦିନରେ ଉପଭୋକ୍ତା ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି | କେବଳ ଡେଲାଙ୍ଗ ବ୍ଲକ ପରିସୀମା କାହିଁକି, ପୁରୀ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ବ୍ଲକ ମାନଙ୍କରେ ଏହି ଅବ୍ୟବସ୍ଥା ଲାଗି ରହିଛି | ଏହାର ପ୍ରତିକାର ନିମନ୍ତେ ସମ୍ପୃକ୍ତ କର୍ତୃପକ୍ଷଙ୍କୁ ବାଧ୍ୟ କରିବା ପାଇଁ ଉପଭୋକ୍ତା ସୁରକ୍ଷା ମହାସଂଘ ଏବେ ଅଣ୍ଟା ଭିଡ଼ିଛି | ମହାସଂଘର ରାଜ୍ୟ ସଭାପତି ଚିତ୍ରସେନ ନିଶଙ୍କ, ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପଦେଷ୍ଟା ତଥା ବର୍ଷୀୟାନ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ସମାଜ ସେବୀ ବିଶ୍ୱରଂଜନ ବଳବନ୍ତରାୟ ପ୍ରମୁଖ ଦାବି ପତ୍ର ପ୍ରଦାନ କରିଥିଲେ |



Total Users : 6801