ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP), ଜଗତସିଂହପୁର ଜିଲ୍ଲା ତରଫରୁ ତିର୍ତ୍ତୋଲସ୍ଥିତ ଆଦିକବି ଶାରଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କ୍ୟାମ୍ପସ ୟୁନିଟ୍ ଘୋଷଣା ହୋଇଯାଇଛି।ଏବିଭିପି ଛାତ୍ର ବିଭାଗ ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତିଙ୍କ ମତରେ ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି ଅଟେ |ଛାତ୍ର ସମାଜର ହିତ, ଶିକ୍ଷାର୍ଥୀଙ୍କ ସମସ୍ୟା ଓ ଶିକ୍ଷା କ୍ଷେତ୍ରର ଉନ୍ନତି ପାଇଁ ଛାତ୍ର ନେତାମାନଙ୍କର ନିଷ୍ଠାପୂର୍ଣ୍ଣ ପ୍ରଚେଷ୍ଠା ତାଙ୍କୁ ସଫଳ କରେ । ଦେଶର ଆଗାମୀପିଢ଼ି ରାଜନେତା ଛାତ୍ର ସଂଗଠନରୁ ଆସିଲେ ଦେଶର ସ୍ୱସ୍ଥ ଗଣତନ୍ତ୍ର ଗଠନ ହୋଇଥାଏ |ନବଗଠିତ କ୍ୟାମ୍ପସ ୟୁନିଟ୍ର ଦାୟିତ୍ୱବାନ କାର୍ଯ୍ୟକର୍ତ୍ତା ମାନେ ହେଲେ,ସଭାପତି ସମ୍ୟକ ରଞ୍ଜନ ଦାସ; ଉପସଭାପତି ଅରୁଣ ସେଠୀ ଓ ସମ୍ପାଦକବ୍ରିଜେଶ ବାରିକ|

ଏହି ପରିପ୍ରେକ୍ଷୀରେ,ନୂତନ ଦାୟିତ୍ୱ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଜଗତସିଂହପୁର ଜିଲ୍ଲା ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଇଛି । ମହାବିଦ୍ୟାଳୟର କର୍ତ୍ତୃପକ୍ଷ କହିଛନ୍ତି ଛାତ୍ର ଓ ଛାତ୍ରୀ ମାନେ ନିଜର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ଉପରେ ସଚେତନ ହେଲେ ଆମଦେଶ ଆଗକୁ ଏକ ସୁସ୍ଥ ଓ ପ୍ରକୃତ ଗଣତନ୍ତ୍ର ପାଇଁ ପାରିବା |



Total Users : 6801