Headlines

ସରକାରଙ୍କ ମତିରେ ଚାଞ୍ଚଲ୍ୟ ଘଟିଲାଣି ସ୍ଥିରତା ନାହିଁ – ପ୍ରସନ୍ନ ଆଚାର୍ଯ୍ୟ


ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ / ସମୀକ୍ଷା ନିୟୂଜ୍:
ରାଜ୍ୟ ଶାସନର ୨ ବର୍ଷ ୪ ମାସ ଭିତରେ ସବୁ ସ୍ତରରେ ସରକାର ବିଫଳ ହୋଇଛନ୍ତି ସରକାର ପ୍ରତିଦିନ ଗ୍ରାଉଣ୍ଡ ଲୁଜ କରୁଛନ୍ତି ବାସ୍ତବତା ଓ ସରକାରଙ୍କ ଉପରକୁ ଜନସାଧାରଣ ଙ୍କ ଆସ୍ଥା ତୃଟି ତୃଟି ଯାଉଛି ତେଣୁ ସରକାର ବିଚଳିତ ବୋଲି ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଚନ୍ତି ଏକ ସାକ୍ଷାତକାର ରେ ସାମ୍ୱାଦିକ ମାନଙ୍କ ପ୍ରଶ୍ନ ଉତ୍ତର ରଖି ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ ଏ ସରକାର ମିତରେ ସ୍ଥିରତା ନାହିଁ ସରକାର ଆଜି ଗୋଟିଏ ନିଷ୍ପତ୍ତି ନେଇଛନ୍ତି ୨ ଦିନ ପରେ ସେହି ନିଷ୍ପତ୍ତିକୁ ବଦଳାଇ ଦେଉଛନ୍ତି ଆଜି ଜଣେ ମନ୍ତ୍ରୀ ଯେଉଁ ବିବୃତ୍ତି ଦେଇଛନ୍ତି ୨୪ ଘଣ୍ଟା ପରେ ସେହି ପ୍ରସଙ୍ଗରେ ଆଉ ଜଣେ ମନ୍ତ୍ରୀ ଅନ୍ୟ ପ୍ରକାର ର ବିବୃତି ଦେଉଛନ୍ତି ଏହା ପ୍ରମାଣିତ କରିଛି ଯେ ସରକାରଙ୍କ ଭିତରେ ସମନ୍ମୟ ନାହିଁ ସରକାର ଯେ ହେତୁ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ବିଫଳ ହୋଇଛନ୍ତି ଲୋକେ ଭାବୁଛନ୍ତି ସରକାର ଙ୍କ ମୀତରେ ଚାଞ୍ଚ୍ୟଲ୍ୟ ଘଟିଲାଣି ସ୍ଥିରତା ନାହିଁ ଏହାହିଁ ସରକାର ବଡ଼ ବିଫଳତା ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଦେଇଥିବା ସୂଚନା ନିର୍ବାଚନ ରୁ ପଛଘୁଞ୍ଚା ଦେବନାହିଁ ପ୍ରଶ୍ନ ଉଠୁଛି ସ୍ଥିରତା ନ ଥିବା ସରକାର ନିର୍ବାଚନ କରିବେ ତ ? ଯଦି ଓ ନୂଆ ଆଇନଗତ ବ୍ୟବସ୍ଥା ଅନୁସାରେ ସରକାର ର ଅନିଧିର୍ଷ୍ଟ କାଳ ପାଇଁ ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇ ପାରିବେ ନାହିଁ ଗଣତନ୍ତ୍ର ରେ ସମୟ ଅନୁସାରେ ନିର୍ବାଚନ ହେବାର ଆବଶ୍ୟକତା ରହିଛି


ଶ୍ରୀ ଆଚାର୍ଯ୍ୟ ଆହୁରି କହିଥିଲେ ଆମେ ଆଶା କରୁ ସରକାର ସମୟ ଅନୁସାରେ ନିର୍ବାଚନ କରିବେ ପଛଘୁଞ୍ଚା ନାହିଁ ଆଜି ସରକାରୀ ଦଳରେ ପ୍ରତି ଜିଲ୍ଲା ରେ ଯେଉଁ ପ୍ରକାର ଫାଟ ସୃଷ୍ଟି ହୋଇଛି ତାହାକୁ ମିଡ଼ିଆ କଭର କରୁଛି ଯେ କୌଣସି ସମୟରେ ସରକାର ନିର୍ବାଚନ କରନ୍ତୁ ବିଜୁ ଜନତା ଦଳର ନିର୍ବାଚନ ର ସମ୍ମୁଖୀନ ହେବାକୁ ସମ୍ପୂର୍ଣ୍ଣ ଭାବରେ ସାଂଗଠାନିକ ଭାବରେ ପ୍ରସ୍ତୁତ ଅଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ

Leave a Reply

Your email address will not be published. Required fields are marked *