
ତେଜୁରାମ ନାଏକ/ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ:
ନୂଆପଡ଼ା ଜିଲା କୋମନା ବ୍ଲକ ତରିବୋଡ଼ ଧାନ ମଣ୍ଡିଠାରେ ବୁଧବାର ଏପିସି ପ୍ରକଳ୍ପ ସିପିଏସ୍ଡବ୍ଲ୍ୟୁ କେନ୍ଦୁଭଟାର ଆହ୍ୱାନ କ୍ରମେ କୃଷକ ଉତ୍ପାଦକ କମ୍ପାନୀ ଗଠନ ନେଇ ଏକ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଟି ଉତ୍ପାଦକ ଗୋଷ୍ଠୀର ପ୍ରାୟ ୧୫୦ ଜଣ ସଦସ୍ୟାସଦସ୍ୟ ଅଂଶଗ୍ରହଣ କରିଥିଲେ।

ସିପିଏସ୍ଡବ୍ଲ୍ୟୁ କେନ୍ଦୁଭଟା କାର୍ଯ୍ୟନିର୍ବାହୀ ସଚିବ ବିରଞ୍ଚି ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅକାରୀ ରୀ ଆରାଧନା ଶ ଶବର ମୁଖ୍ୟ ଅତିଥ୍ ଓ ଜିଲା ସଂଯୋଜକ ନରେନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥ୍ ଭାବେ ଯୋଗଦେଇ କୃଷକମାନଙ୍କୁ କୃଷକ ଉତ୍ପାଦକ ଗଠନର ଆବଶ୍ୟକତା, ଉପକାରିତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ବୈଠକରେ ଉତ୍ପାଦକ କମ୍ପାନୀ ଗଠନର ଗୁରୁତ୍ବ, କୃଷକମାନଙ୍କ ସମସ୍ୟା ଚିହ୍ନଟ କରି ସାମୂହିକ ଭାବେ ତାହାର ସମାଧାନ ଖୋଜିବା ବା ବିଷୟରେ ଆଲୋଚନା ହୋଇଥିଲା। ସାମୂହିକ ଉଦ୍ୟମରେ କୃଷକଙ୍କ ଆୟ ବୃଦ୍ଧି, ଉତ୍ପାଦର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ଦିଗରେ କୃଷକ ଉତ୍ପାଦକ କମ୍ପାନୀ ଗଠନ ଗୁରୁତ୍ବପୂ ତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମତପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମକୁ ଏପିସିର ଏପିସିର ପ୍ରୋଗ୍ରାମ ମ୍ୟାନେଜେର ମନୋଜ ମେହେର ପରିଚାଳନା କରିଥିଲେ।



Total Users : 6801