Headlines

କୋମନା:ସ୍ୱାଗତ ପବ୍ଲିକ ସ୍କୁଲ ଲଖନା ପକ୍ଷରୁ ନୁଆଖାଇ ବଜାର ଅନୁଷ୍ଠିତ

ତେଜୁରାମ ନାଏକ/ ସ୍ୱତନ୍ତ୍ର ପ୍ରତିନିଧି / ନୂଆପଡା/ ସମୀକ୍ଷା ନ୍ୟୁଜ:
ଛାତ୍ରଛାତ୍ରୀଙ୍କୁ ନିଜ ସଂସ୍କୃତି ଓ ପରମ୍ପରା ସହ ପରିଚିତ କରାଇବାକୁ ନିଆରା ପ୍ରୟାସ
କୋମନା ବ୍ଲକ ଲଖନା ସ୍ଥିତ ସ୍ୱାଗତ ପବ୍ଲିକ ସ୍କୁଲ, ଲଖନା ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଆମ ମାଟିର ସଂସ୍କୃତି, ପରମ୍ପରା ଓ ନୁଆଖାଇ ପର୍ବର ମହତ୍ତ୍ୱ ସମ୍ପର୍କରେ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏକ ନିଆରା ‘ନୁଆଖାଇ ବଜାର’ ଆୟୋଜନ କରାଯାଇଥିଲା।


ବିଦ୍ୟାଳୟ ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର ନାଗଙ୍କ ଅଭିନବ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନିଜ ନିଜ ପାରମ୍ପରିକ ବେଶଭୂଷାରେ ଯୋଗଦେଇ ନୁଆଖାଇର ଗ୍ରାମୀଣ ବଜାରର ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ।
ନୁଆଖାଇ କୋଶଲାଞ୍ଚଳର ଏକ ମହାନ ଗଣପର୍ବ। ଏହି ପର୍ବ ଘରେ ଘରେ ହର୍ଷ, ଉଲ୍ଲାସ ଓ ଭାଇଚାରାର ସହ ପାଳନ କରାଯାଏ। କୃଷି ଓ ମାଟି ସହ ଜଡ଼ିତ ଏହି ପର୍ବ ଆମ ଅଞ୍ଚଳର ଐତିହ୍ୟ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ।


ନୁଆଖାଇ ବଜାରରେ ଛାତ୍ରଛାତ୍ରୀମାନେ ପନିପରିବା, ଫଳମୂଳ, ପୂଜା ସାମଗ୍ରୀ, ଧାନ, ଚାଉଳ, କିରାଣା ସାମଗ୍ରୀ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ଆଣି ଦୋକାନ ସଜାଇଥିଲେ। ସେମାନେ ବିକ୍ରେତା ଓ ଗ୍ରାହକ ଭୂମିକାରେ ରହି ପରସ୍ପର ମଧ୍ୟରେ କିଣାବିକା କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଏହି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *