ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ :
ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାଲେପୁର ସାହେଶ୍ୱରୀ ପଡିଆରେ କଂଗ୍ରେସର ପରିବର୍ତ୍ତନ ସମାବେଶ କଂଗ୍ରେସ ନେତା ପ୍ରଦୀପ୍ତ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି lଏଥିରେ ମୁଖ୍ୟ ଅତିଥିଭାବେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ କହିଲେଯେ ବି ଜେ ପି ସରକାର ଖଣି, ଜମି ଅଧିକାରକୁ ଛଡାଇ ନେଲେ. ଏ ସରକାର ଚାଷୀ, ଶ୍ରମିକ, ଯୁବ, ଛାତ୍ର, ମହିଳାଙ୍କ ସ୍ୱାର୍ଥ ବିରୋଧୀ ସରକାର .ଶିଳ୍ପପତି ଅମ୍ବାନୀ, ଅଦାନୀ ସ୍ୱାର୍ଥ ପୂରଣକାରୀ ସରକାର.

ଜନ ସ୍ୱାର୍ଥ ବିରୋଧୀ ଆଇନ ବିରୋଧରେ ବ୍ୟାପକ ଜନ ଆନ୍ଦୋଳନ ହେଵବୋଲି ସେ କହିଥିଲେ. ସ୍ୱାଭିମାନୀ ଉତ୍କଳ ଗୌରବ ମଧୁସୂଦନଙ୍କ ପବିତ୍ର ମାଟିରୁ ପରିବର୍ତ୍ତନର ଓଂକାର ଧ୍ୱନି ସମଗ୍ର ଓଡିଶାକୁ ବ୍ୟାପିବବୋଲି ସେ ଦୃଢ଼ତା ପ୍ରକାଶ କରିଥିଲେ. ଉକ୍ତ ସମାବେଶରେ ପ୍ରାକ୍ତନ ମନ୍ତ୍ରୀ ବିଜୟଲଷ୍ମୀ ସାହୁ, ରାଜ୍ୟ କଂଗ୍ରେସ ସେବାଦଳ ଅଧକ୍ଷ ଶୁଭେନ୍ଦୁମହାନ୍ତି, କୋଷାଧକ୍ଷ ସିଦ୍ଧାର୍ଥ ଦାସ, ସାଧାରଣ ସମ୍ପାଦକ ବିଶ୍ୱଜିତ ଦାଶ, କଂଗ୍ରେସ ନେତା ରବୀନ୍ଦ୍ର କୁମାର ମଲ୍ଲିକ, ରାଜ୍ୟ ସଂଖ୍ୟା ଲଘୁ ସେଲ ଅଧକ୍ଷ ୟାକୁଵ ଖାଁନ, ସାଧାରଣ ସମ୍ପାଦକ ହରିଶଙ୍କର ରାଉତ, ପ୍ରୀତିଛନ୍ଦା ନାୟକ ପ୍ରମୁଖ ବହୁ କଂଗ୍ରେସ ନେତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମକୁ ତୀବ୍ର ସମାଲୋଚନା କରିଥିଲେ.

ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସରୋଜ କର ଧନ୍ୟବାଦ ଦେଇଥିଲେ. ସଭାସ୍ଥଳୀରେ ଅତିଥିମାନେ ପହଂଚିବା ପୂର୍ବରୁ କଟକ -ଚାନ୍ଦବାଲି ରାଜରାସ୍ତା ରେ କଂଗ୍ରେସ ନେତା ସମାଜସେବୀ ହରିବନ୍ଧୁ ଶତପଥୀଙ୍କ ନେତୃତ୍ୱରେ ଭାତପଡାସ୍ଥିତ କଂଗ୍ରେସ କାର୍ଯାଳୟ ଠାରେ ବହୁ କୃଷକ, ମହିଳା, ଯୁବକ, ଛାତ୍ରଛାତ୍ରୀ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ.



Total Users : 6801