
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି:
୧୨/୯- ବେତନଟୀସ୍ଥ ବନ୍ଧନ କଲ୍ୟାଣ ମଣ୍ଡପଠାରେ ବେତନଟୀ ପୋଲିସ କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ ବରିଷ୍ଠ ନାଗରିକ ପରିଚୟପତ୍ର ବଣ୍ଟନ କରାଯାଇଛି । ବେତନଟୀ ସିଭିଲ ସୋସାଇଟିର ତୃତୀୟ ଥର ପାଇଁ ୧୮ ଜଣ ବରିଷ୍ଠ ନାଗରିକଙ୍କୁ ଏହି ପରିଚୟ ପତ୍ର ଥାନା ଭାରପ୍ରାପ୍ତ ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କ ଉପସ୍ଥିତିରେ ଏକ ଆଡମ୍ବର ପୂର୍ଣ୍ଣ ସମାବେଶରେ ବଣ୍ଟନ କରାଯାଇଥିଲା ।

ରୋଟାରୀ କ୍ଲବ୍, ବେତନଟୀ ପରିଚାଳନାରେ ଏଥିନିମନ୍ତେ ଅନୁଷ୍ଠିତ ସଭାକୁ ରୋଟାରିଆନ ଉପସଭାପତି ରବୀନ୍ଦ୍ର ନାଥ ମିଶ୍ର ପରିଚାଳନା କରିଥିଲେ । ସଭାରେ ବେତନଟୀ ରୋଟାରୀ କ୍ଲବ୍ ସଭାପତି ଶ୍ୟାମପ୍ରସାଦ ମଢୁଆଳ ସଭାପତିତ୍ବ ଓ ସଂପାଦକ ଆଇନଜୀବୀ ସଂଜୟ କୁମାର ଭୂୟାଁ ମଞ୍ଚାସୀନ ଥାଇ ରୋଟାରୀ କ୍ଳବ୍ ର କାର୍ଯ୍ୟ ସମ୍ବନ୍ଧରେ ଏବଂ ସିଭିଲ ସୋସାଇଟିର ସଭାପତି ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ ଏବଂ ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି ସିଭିଲ ସୋସାଇଟିର କାର୍ଯ୍ୟ ଓ ପରିଚୟପତ୍ରର ଉପକାରୀତା ସମନ୍ଧରେ ବକ୍ତବ୍ୟ ରଖିଥିଲେ । ଥାନାଧିକାରୀ ଶ୍ରୀ ପିଙ୍ଗୁଆ ବରିଷ୍ଠ ନାଗରିକ ପିତୃତୁଲ୍ୟ ଓ ଏହି ପରିଚୟପତ୍ର ପ୍ରଦାନ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ଓ ଆବଶ୍ୟକ ମତେ ପୋଲିସ ସେମାନଙ୍କୁ ସୁରକ୍ଷା ଦେବାକୁ ପ୍ରତିଶୃତିବଦ୍ଧ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ରୋଟାରୀ କ୍ଲବ୍ ତରଫରୁ ସହକାରୀ ଗଭର୍ଣ୍ଣର ଶଶଧର ପଣ୍ଡା, ପୂର୍ବତନ ସଭାପତି ବସନ୍ତ କୁମାର ମହାନ୍ତ, ଅଜିତ କୁମାର ମିଶ୍ର ଓ ସତୀଶ କୁମାର ସାହୁ ପ୍ରମୁଖ ଏବଂ ସିଭିଲ ସେସାଇଟିର ଉପସଭାପତି ଅରୁଣ କୁମାର ଓତା ପ୍ରମୁଖ ବେତନଟୀ ଉନ୍ନତିରେ ସିଭିଲ ସୋସାଇଟିର ଭୂମିକା ସହ ରୋଟାରୀ କ୍ଳବର ଜନହିତକର କାର୍ଯ୍ୟର ସୂଚନ। ପ୍ରଦାନ କରିଥିଲେ । ଶେଷରେ ସମସ୍ତଙ୍କୁ ରୋଟାରୀ କ୍ଲବର ପୂର୍ବତନ ସଭାପତି ଭଗିରଥ ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ ।



Total Users : 6801