Headlines

ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ଠାରୁ ପଡିଆ ବ୍ଲକ ବିଛିନ୍ନ

କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ

ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ବ୍ଲକ ଠାରୁ ପଡିଆ ବ୍ଲକ ଯୋଗା ଯୋଗ ସମ୍ପୂର୍ଣ ହେଲା ବିଛିନ୍ନ l ଲଘୁଚାପ ଜନିତ ବର୍ଷା ଗତ କାଲି ଅପରାହ୍ନ ଠାରୁ ଲଗାତାର ବର୍ଷା ଜିଲ୍ଲା ରେ ଲାଗି ରହିଛି ଯାହା ଫଳରେ ଆଜି ଅପରାହ୍ନ ରେ ମାଲକାନଗିରି ଜିଲ୍ଲା ଠାରୁ କାଲିମେଳା ବ୍ଲକ ଏବଂସୀମାନ୍ତ ମୋଟୁ କୁ ସଂଯୋଗ କରୁଥିବା 326ନମ୍ବର ଜାତୀୟ ରାଜ ପଥ ରେ ଥିବା ପଟେରୁ ପୋଲ. କାଙ୍ଗୁରୁକୋଣ୍ଡା ପୋଲ. ଏମଭି 96 ପୋଲ ମାନଙ୍କ ଉପରେ 2 ଫୁଟ ରୁ ଉର୍ଦ୍ଧପାଣି ପ୍ରଭାଇତ ହେଉଥିବା ଖବର ମିଳିଛି l ଫଳରେ ମାଲକାନଗିରି ଜିଲ୍ଲା ଠାରୁ ସୀମାନ୍ତ ମୋଟୁ ଏବଂ ଆନ୍ତରାଜ୍ୟ କୁ ଯୋଗା ଯୋଗ ସମ୍ପୂର୍ଣ ବନ୍ଦ ହୋଇ ଯାଇଛି l ପୋଲ ର ଉଭୟ ପାର୍ଶ୍ଵ ରେ ମାଲ ବାହି ଜାନ ସହ ଯାତ୍ରୀ ବାହି ଜାନ ଗୁଡିକ ଅଟକି ରହିଥିବା ଦେଖିବାକୁ ମିଳିଛି l

ସେହି ପରି କାଲିମେଳା ବ୍ଲକ ଠାରୁ ପଡିଆ ବ୍ଲକ କୁ ସଂଯୋଗ କରୁଥିବା କନ୍ୟାଶ୍ରମ ନିକଟ ପଟେରୁ ପୋଲ ଉପରେ ଦେଢ଼ ଫୁଟ ରୁ ଉର୍ଦ୍ଧ ପାଣି ପ୍ରଭାଇତ ହେଉଥିବା ଦେଖିବାକୁ ମିଳିଛି l ଫଳରେ କାଲିମେଳା ଠାରୁ ପଡିଆ ଯୋଗା ଯୋଗ ବିଛିନ୍ନ ହୋଇଛି l ପଡିଆ ବିଡ଼ିଓ ଅସ୍ୟୁନି କୁମାର ମହାପାତ୍ର ଏବଂ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀ ଆଶ୍ରମ ବିଦ୍ୟାଳୟ ନିକଟ ପୋଲ ନିକଟ ରେଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିବା ସହଃ ଲୋକ ମାନଙ୍କୁ ପାଣି ମଧ୍ୟ କୁ ନ ଯିବା ପାଇଁ ସଚେତନ କରୁଛନ୍ତି l ସେହି ପରି କାଲିମେଳା ତହସିଲଦାର ଦାର ରାମକୃଷ ସତ୍ୟ ରାଜଗୁରୁ. ଥାନା ଅଧିକାରୀ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ. ବିଡିଓ ପ୍ରଦୀପ କୁମାର କର ବିଭିନ୍ନ ପୋଲ ଗୁଡିକ ଉପରେ ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି l ଏହା ସହ ପଡିଆ ଅଗ୍ନିଶ୍ରମ ଅଧିକାରୀ ବୀରେନ୍ଦ୍ର ସିଂ. କାଲିମେଳା ଅଗ୍ନିଶ୍ରମ ଅଧିକାରୀ ସନ୍ତୋଷ କୁମାର ପରିଡା ନିଜ ଟିମ ସହ ସଜାଗ ଥିବା ଦେଖିବାକୁ ମିଳିଛି l ଯଦି ଉପର ମୁଣ୍ଡ ରେ ଅଧିକ ବର୍ଷା ଲାଗି ରହେ ତେବେ ପୋଲ ଗୁଡ଼ିଜ ଆହୁରି ଅଧିକ ବୁଡିବା ସହ ବାକି ରହିଥିବା ପୋଲ ଗୁଡିକ ବୁଡି ଯିବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଇଛି l

Leave a Reply

Your email address will not be published. Required fields are marked *