Headlines

ମାଲକାନଗିରି:୩୫୨ଟି ବଜ୍ରକାପ୍ତା କାତି ଜବତ କରିଛି ବନ ବିଭାଗ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
ମାଲକାନଗିରି ବନ ବିଭାଗକୁ ମିଳିଛି ଏକ ବଡ ସଫଳତା । ୩୫୨ ଟି ବଜ୍ରକାପ୍ତା କାତି ଜବତ କରିଛି ମାଲକାନଗିରି ବନ ବିଭାଗ । ଯାହାର ଆନୁମାନିକ ଓଜନ ପ୍ରାୟ ୨ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୬ ଜଣ ଚୋରା ଚାଲାଣ କାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ମଧ୍ୟରୁ ୨ ଜଣ ବାହାର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ମାଲକାନଗିରି ଜିଲ୍ଲାର ବୋଲି ଜିଲ୍ଲା ଡିଏଫଓ ସୂଚନା ଦେଇଛନ୍ତି। ଏମାନଙ୍କ ନିକଟରୁ ୩ଟି ମଟରସାଇକେଲ ଓ ୫ଟି ମୋବାଇଲ ଜବତ କରିଛି ବନ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ମାଥିଲି ଏବଂ ମାଲକାନଗିରି ବନବିଭାଗର ଟିମ୍ ସତିଗୁଡା ନିକଟରେ ଚୋରା ଚାଲାଣକାରୀଙ୍କୁ କାବୁ କରିବାରେ ସଫଳ ହୋଇପାରିଛି । ବଜ୍ରକାପ୍ତା କାତି ସେମାନେ ବାହାର ରାଜ୍ୟକୁ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିଲେ।ଏହି ବଜ୍ରକାପ୍ତା କାତି କେଉଁଠୁ ଆସିଲା ଓ ଏହାକୁ କେଉଁଠି ଚୋରା ଚାଲାଣ କରାଯାଉଥିଲା ଆଉ ଏହା ପଛରେ କେଉଁ ମାନେ ସାମିଲ୍ ଅଛନ୍ତି ସେସବୁ ଦିଗକୁ ନେଇ ବନ ବିଭାଗର ତଦନ୍ତ ଜାରି ରହିଛି ବୋଲି ମାଲକାନଗିରି ଡିଏଫଓ ଡି.ସାଇ କିରଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ଏସିଏଫ ପ୍ରିୟଙ୍କା ମହୁକା, ରେଞ୍ଜର ରମେଶ ରାଉତ ସହିତ ବନବିଭାଗର ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *