Headlines

ନାଗା ସାଧୁ ଭେଷରେ ଆସିସୁନା ଓ ଟଙ୍କା ଲୁଟ୍, ୪ ଦୁର୍ବୃତ୍ତ ଫେରାର,ଘର ଦୋଷ କାଟିବା ନାଁରେ ସୁନା ଓ ଟଙ୍କା ଲୁଟ୍

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:

ଉମରକୋଟ ବ୍ଲକ ବଡ଼କୁମାରୀ ଗାଁର ହରିପଦ ମଣ୍ଡଳଙ୍କ ଘରେ ଘଟିଛି ଏଭଳି ଘଟଣା । ୪ ଜଣ ଦୁର୍ବୃତ୍ତ ନାଗା ସାଧୁ ଭେଷରେ ଆସି ଘର ଭିତରକୁ ପଶିବା ସହ ଘରେ ଦୋଷ ଥିବା କହିଥିଲେ । ପରେ ପୂଜାପାଠ ନାଁରେ ସୁନା ଓ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଖବର ପାଇ ଉମରକୋଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସକାଳ ପ୍ରାୟ ୯ଟା ସମୟରେ ଏକ ନାଲି ରଙ୍ଗର କାରରେ ୪ ଜଣ ବ୍ୟକ୍ତି ନାଗା ସାଧୁ ଭେଷରେ ବଡ଼କୁମାରୀ ଗାଁର ହରିପଦ ମଣ୍ଡଳଙ୍କ ଘରେ ପହଞ୍ଚିଥିଲେ ।

ପ୍ରଥମେ ପାଣି ମାଗିବା ପରେ ଘର ଭିତରକୁ ପଶିଥିଲେ ।ଘରେ ବହୁତ ଦୋଷ ଲାଗିଛି ଏବଂ ଏଥିପାଇଁ ପରିବାରରେ ଅଶାନ୍ତି ଲାଗିରହୁଛି ବୋଲି କହିଥିଲେ । ଏହାର ସମାଧାନ ପାଇଁ ଗୋଟିଏ ମୁଠା ଅରୁଆ ଚାଉଳ ଓ ଗୋଟିଏ ଢାଳ ମାଗିଥିଲେ ।ପରେ ଘରେ ଥିବା ସୁନା ଅଳଙ୍କାର ଢାଳ ଭିତରେ ପକାଇବା ସହ ୨୧ ହଜାର ଟଙ୍କା ଦକ୍ଷିଣା ଦେବାକୁ କହିଥିଲେ । ଏହାପରେ ଘର ଚାରିପଟେ ପାଣି ଛିଞ୍ଚିଲେ ଘରର ସମସ୍ତ ଦୋଷ ଦୂର ହୋଇଯିବ ବୋଲି କହିଥିଲେ । ତେବେ ଦୁର୍ବୃତ୍ତଙ୍କ ଗତିବିଧିକୁ ନେଇ ହରିପଦଙ୍କ ସ୍ତ୍ରୀଙ୍କ ସନ୍ଦେହ ହୋଇଥିଲା । ସେ ବାହାରକୁ ଯାଇ ପାଟି କରିବାରୁ ୪ ଜଣ ନାଗା ସାଧୁ ଭେଷଧାରୀ ଦୁର୍ବୃତ୍ତ ସେଠାରୁ ତୁରନ୍ତ ଫେରାର ହୋଇଥିଲେ ।

Leave a Reply

Your email address will not be published. Required fields are marked *