Headlines

ମାଲକାନଗିରି:୫୫ଟି ଜୀବନ୍ତ କଇଁଚ ଜବତ,୪ ଚୋରାଚାଲାଣକାରୀ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
ମାଲକାନଗିରି ଜିଲ୍ଲାରେ ବେଆଇନ ଭାବେବନ୍ୟଜନ୍ତୁଙ୍କୁ ଚାଲାଣକାରୀଙ୍କୁ ଧରିବା ପାଇଁ ବିଶ୍ୱସନୀୟ ସୂଚନା ଆଧାର କରି ମାଲକାନଗିରି ବନଖଣ୍ଡ ଓ ମୋଟୁ ପୁଲିସ ପକ୍ଷରୁ ଏକ ମିଳିତ ଅଭିଯାନ କରାଯାଇଥିଲା। ମୋଟୁ ଅଞ୍ଚଳର ଏମ୍‌ପିଭି-୫୩ ଗାଁ ନିକଟ କେନାଲ ରୋଡ୍‌ରେ ଏହି ଅଭିଯାନ ହୋଇଥିଲା।ଯାଞ୍ଚ ସମୟରେ ଏକ
ମୋଟରସାଇକେଲକୁ ଅଟକାଇ ଯାଞ୍ଚ କରାଯାଇଥିଲା।

ଯାଞ୍ଚ ବେଳେ ଗାଡ଼ିରୁ ମୋଟ ୫୫ଟି ଜୀବନ୍ତ ଫ୍ଲାପ୍-ସେଲ୍ କଇଁଚ ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା। ଘଟଣାସ୍ଥଳରୁ ଦୁଇଟି ମୋଟରସାଇକେଲ ସହ ସମସ୍ତ କଇଁଚକୁ ଜବତ କରାଯାଇଥିଲା।ଏହି ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ବଅଭିଯୁକ୍ତ ମାନଙ୍କ ନାମରେ ଏକ କେସ ରୁଜୁ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ ଅନୁଯାୟୀ ବେଆଇନ ଭାବେ ବନ୍ୟଜନ୍ତୁ ରଖିବା ଓ ଚାଲାଣ କରିବା ଅଭିଯୋଗରେ ତଦନ୍ତ ଜାରିରହିଛି।
ଉଦ୍ଧାର ହୋଇଥିବା ୫୫ଟି ଜୀବନ୍ତ କଇଁଚକୁ ଆବଶ୍ୟକୀୟ ଯତ୍ନ ଓ ଚିକିତ୍ସା ଯୋଗାଇ ଦିଆଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *