
ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:
ପିପିଲି,ତା୧୮।୯ ପିପିଲି ବ୍ଲକ ର ଲୋକପ୍ରିୟ ବିଜେଡି ମହିଳା ନେତ୍ରୀ ପୂର୍ବତନ ଜିଲ୍ଲା ପରିଷଦ, ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷା ରାଧାମଣୀ ପ୍ରଧାନ(୭୦) ଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ଘର ପିପିଲି ବ୍ଲକ ଅନ୍ତର୍ଗତ ରଥପୁରୁଷତ୍ତମପୁର ପଂଚାୟତର ବାଲିଗାଁ ରେ ଅଟେ। ଶୁକ୍ରବାର ସକାଳ ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକ ମଙ୍ଗଳପୁରସ୍ଥିତ ଘରୋଇ ମେଡିକାଲ କୁ ପ୍ରଥମେ ଚିକିତ୍ସା ପାଇଁ ନେଇଥିଲେ। ଡାକ୍ତର ସେଠାରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ମୃତ୍ୟୁ ଖବର ମିଳିବା ପରେ ଚାରିଆଡେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ସେ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ମହିଳା ଭାବେ ପିପିଲି ଡେଲାଙ୍ଗ ରେ ବେଶ ପରିଚିତ ଥିଲେ ।

ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସମୟରେ ପ୍ରଦୀପ ମହାରଥୀଙ୍କ ନେତୃତ୍ୱରେ ପ୍ରଥମେ ମହିଳା ସରପଞ୍ଚ ପରେ ପିପିଲି ବ୍ଲକ ଉପାଧ୍ୟକ୍ଷା ଭାବେ କାର୍ଯ୍ୟ ତୁଲାଇଥିଲେ। ନବୀନ ପଟ୍ଟନାୟକ ଙ୍କ ବିଜେଡି ସରକାର ସମୟରେ ୨୪ନମ୍ବର ଜିଲ୍ଲା ପରିଷଦ ରହିଥିଲେ। ପୂର୍ବତନ ମନ୍ତ୍ରୀ ତଥା ୭ଥରର ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅତି ଆପଣାର ବିଶ୍ୱସନୀୟତା ସହ ପରିବାର ସଦସ୍ୟ ଥିଲେ। ତାଙ୍କର ବିୟୋଗ ଖବର ପାଇ ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ,ବରିଷ୍ଠ ଶିକ୍ଷାବିତ ଡ଼ ପ୍ରତିଭା ମହାରଥୀ, ଡା.ପଲ୍ଲବୀ ମହାରଥୀ, କଂଗ୍ରେସ ଯୁବ ନେତା ପ୍ରିୟବ୍ରତ ସାମନ୍ତରାୟ,ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପ୍ରଦୀପ୍ତ ମିଶ୍ର, ଆର୍ତ୍ତବନ୍ଧୁ ସାମନ୍ତରାୟ, ମନୋଜ ଦାସ, ପ୍ରକାଶ ଧଳ, ବିଶ୍ବଜିତ ଦାସ ପ୍ରମୁଖ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ତାଙ୍କ ନିଜସ୍ୱ ବାସଭବନ ବାଲିଗାଁ ରେ ପହଂଚି ମର ଶରୀରକୁ ଶେଷ ଦର୍ଶନ କରିଥିଲେ। ସେହି ଅମର ଆତ୍ମା ର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତାପ ପରିବାର ବର୍ଗକୁ ସମବେଦନା ଜଣାଇ ଥିଲେ। ତାଙ୍କର ବଡ଼ ପୁଅ ପ୍ରତାପ ପ୍ରଧାନ(ନକୁଳ) ମୁଖାଗ୍ନି ଦେଇଥିବା ବେଳେ ପରିବାର ପ୍ରିୟଜନ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗ ଦ୍ୱାରା ଠାରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା ।



Total Users : 6759