
ଉଦଳା ୧୬/୬/୨୦୨୬(ସମୀକ୍ଷା) ଯଶୋବନ୍ତ ପରିଡା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାସ୍ତା ଉଦଳା ବଜାର ରୁ ଜନସାଧାରଣ ଙ୍କ ଯାତାୟତ ହେଉଥିଲା ।ତିନିବର୍ଷ ପୂର୍ବରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୈଠକ ଗୃହ ରେ ଜନସୁଣାଣି ଅବ୍ୟବହିତ ପୂର୍ବରୁ ଏକ ଆଶନ୍ନ ଦୃଘଟଣା ରୁ ଅପ୍ଳକେ ଶିଶୁ ଟି ରକ୍ଷା ପାଇଥିଲା ।ଏହି ସମୟ ରେ ଉପଜିଲ୍ଲାପାଳ ଶୁଶାନ୍ତ କୁମାର ବାରିକ , ବିଭିନ୍ନ ବିଭାଗ ର ଅଧିକାରୀ ଓ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତ ରେ ଆଲୋଚନା ହୋଇ ଏକ ଚକ୍ରାକାର ଗେଟ୍ ଲଗାଯାଇଥିଲା । ସାଧାରଣ ନିର୍ବାଚନ ପରେ ଉଦଳା ଓକିଲ ସଂଘ , କପ୍ତିପଦା ଉପଖଣ୍ଡ ଓକିଲ ସଂଘ ରାସ୍ତା ଖୋଲିବା ପାଇଁ ଦାବି କୁ ମାନ୍ୟତା ଦେଇ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଉଦଳା ବିଧାୟକ ଭାସ୍କର ମଡ଼େଇ , ପୋଲିସ ପ୍ରଶାସନ,ଓକିଲ ସଂଘ ର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରେ ବୈଠକ ହୋଇଥିଲା ।ଉକ୍ତ ବୈଠକ ରେ ଚକ୍ରାକାର ଗେଟ୍ କୁ ଉଠାଯାଇ ମଟର ସାଇକେଲ ଯାତାୟତ ପାଇଁ ୪ଫୁଟ ଓସାର ର ରାସ୍ତା କରାଗଲା । ଦୁଇ ବର୍ଷ ମଧ୍ୟ ରେ ବୁଢ଼ା ବୁଡି ,ରୋଗୀ, ଛାତ୍ରଛାତ୍ରୀ ମାନେ ଛୋଟ ବଡ଼ ଦୃଘଟଣା ରେ ସମ୍ମୁଖିନ ହେଉଛନ୍ତି । ରାଜ ରାଜୁଡା ସମୟ ରୁ ଉଦଳା ସହର ଓ ଉପଖଣ୍ଡ ଡ଼ାକ୍ତରଖାନାକୁ ଯିବା ପାଇଁ ପାଞ୍ଚଟି ପଞ୍ଚାୟତ ଓ ଉଦଳା ସହର ର ୪ ଗୋଟି ଓ୍ୱାଡ ଉକ୍ତ ରାସ୍ତା ରେ ଯାତାୟତ କରୁଥିଲେ ତତ୍ ସହିତ ଉଦଳା ବଜାର ପଟରୁ ପାଞ୍ଚଟି ପଞ୍ଚାୟତ ଓ ପାଞ୍ଚଟି ଓ୍ୱାଡ ଏସ ବି ଆଇ ବ୍ୟାଙ୍କ, ଆଇଟିଡିଏ କାର୍ଯ୍ୟାଳୟ, ଆର୍.ଆଇ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ଅବକାରୀ କାର୍ଯ୍ୟାଳୟ ,ସରକାରୀବାଳିକା ଉଚ୍ଚ ବିଦ୍ୟାଳୟ ,ଆହାର କେନ୍ଦ୍ର,ଉଦଳା ବ୍ଲକ କାର୍ଯ୍ୟାଳୟ, କୃଷି ବିଭାଗ,ଆଇ ସି ଡି ଏସ କାର୍ଯ୍ୟାଳୟ କୁ ଯାତାୟତ କରୁଥିଲେ ।ସରକାରୀ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ସାର୍ବଜନୀନ ରାସ୍ତା ଉପରେ ନିର୍ମିତ ବେଆଇନ ପ୍ରାଚୀର ଉଚ୍ଛେଦ/ଭଙ୍ଗା ସମ୍ବନ୍ଧରେ ଉଦଳା ସଚେତନ ନାଗରିକ ମହାମଞ୍ଚ, ଉଦଳାର କର୍ମକର୍ତ�


Total Users : 565