Headlines

ଏକ ଶୁଭ ସଙ୍କେତ: ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆଙ୍କ ଦ୍ୱାରା ସ୍ୱଚ୍ଛତା ଓ ବିକାଶ ପାଇଁ ବାଇକ୍‌ରେ ସହର ପରିକ୍ରମା

ପୁଳକେଶ୍ୱର ମିଶ୍ର/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ୍/​ତାଳଚେର, ଅନୁଗୋଳ 23/8: ଆଜି ତାଳଚେର ପୌରପାଳିକାର ଅଧ୍ୟକ୍ଷ (ନଗରପାଳ) ଶ୍ରୀ ପବିତ୍ର ଭୂତିଆ ନିଜର ୱାର୍ଡ ମେମ୍ବର ତଥା ପୌର କର୍ମଚାରୀମାନଙ୍କୁ ସାଥିରେ ନେଇ ମୋଟରସାଇକେଲ୍ ଯୋଗେ ସମଗ୍ର ସହର ପରିକ୍ରମା କରିଛନ୍ତି। ଏହି ଗସ୍ତ ସମୟରେ ସେ ସହରର ସ୍ୱଚ୍ଛତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ତାଳଚେରର ସାମଗ୍ରିକ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।


​ମୋଟରସାଇକେଲ୍‌ରେ ଗଳିକନ୍ଦି ବୁଲି ପ୍ରତ୍ୟେକ ଅଞ୍ଚଳର ସ୍ଥିତି ପରଖିବା ତାଳଚେର ସହର ପାଇଁ ଏକ ଅତ୍ୟନ୍ତ ସକାରାତ୍ମକ ତଥା ଉତ୍ତମ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଯଦି ଏହିପରି ପ୍ରୟାସ ଜାରି ରହେ, ତେବେ ତାଳଚେରର ଅଟକି ରହିଥିବା ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ମୂଳକ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହୋଇପାରିବ। ବିଶେଷ କରି ତାଳଚେରରେ ଏକ ଭଲ ପାର୍କ ବା ଉପଯୁକ୍ତ ମନୋରଞ୍ଜନ ବ୍ୟବସ୍ଥାର ଯେଉଁ ଅଭାବ ରହିଛି, ତାହା ମଧ୍ୟ ଏହି ପ୍ରୟାସ ଦ୍ୱାରା ଶୀଘ୍ର ପୂରଣ ହେବା ସହ ତାଳଚେର ଏକ ନୂଆ ରୂପ ପାଇବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *