ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୧୬/୦୮/୨୬ (ସମୀକ୍ଷା ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୋଡ଼ଗାଁ ଗ୍ରାମରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। କାଳ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବକ ଜଣକ ହେଲେ ଗୋଡ଼ଗାଁ ଗ୍ରାମର ସିପୁନ ମଢେଇ।
ମିଳିଥିବା ସୂଚନା ଅନୁଯାୟୀ, ସିପୁନ ନିଜର ଜଣେ ସାଙ୍ଗଙ୍କ ସହ କାଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଉଭୟେ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ପାଣିର ପ୍ରଖର ସ୍ରୋତ ମାଡ଼ିଆସିଥିଲା। ଏହି ଅଚାନକ ପରିସ୍ଥିତିରେ ସିପୁନ ନଦୀରୁ ସୁରକ୍ଷିତ ଭାବେ ବାହାରି ପାରି ନଥିଲେ ଏବଂ ପ୍ରଖର ସୁଅରେ ଭାସି ଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକ ଏବଂ ପ୍ରଶାସନ ପକ୍ଷରୁ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ତଲାସୀ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଦୁର୍ଘଟଣାର ପ୍ରାୟ ୨୪ ଘଣ୍ଟା ପରେ ଗଉଡୁଣି ବୁଡ଼ା ଘାଟ ପୋଲଠାରୁ ପ୍ରାୟ ୫୦୦ ମିଟର ଦୂରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
କପ୍ତିପଦା: କାଳ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଯୁବକ ମୃତ, ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର


Total Users : 3609