Headlines

କପ୍ତିପଦା ଶରତ ମୁଖ୍ୟ ରାସ୍ତାରେ ସିରିଜ୍ ଦୁର୍ଘଟଣା ଦୁଇ ଆହତ ଜଣେ ଗୁରୁତର

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ/ ୨୭.୦୮.୨୬ (ସମୀକ୍ଷା ନ୍ୟୁଜ):

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା-ଶରତ ରାସ୍ତାର ବେହେରା ସାହି ନିକଟରେ ଆଜି ଗୁରୁବାର ଅପରାହ୍ନରେ ତିନୋଟି ପର୍ଯ୍ୟାୟରେ ସିରିଜ୍ ଦୁର୍ଘଟଣା ଘଟିଯାଇଛି। ଏଥିମଧ୍ୟରୁ ଦୁଇଟି ସାମାନ୍ୟ ହୋଇଥିବା ବେଳେ ଅନ୍ୟ ଏକ ଦୁର୍ଘଟଣାଟି ଅତ୍ୟନ୍ତ ମର୍ମନ୍ତୁଦ ଥିଲା।


​ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ପଲସର୍ ବାଇକ୍ (ନଂ- OD 11A K 4578) ବିପରୀତ ଦିଗରୁ ଆସୁଥିବା ଏକ ସୁଜୁକି ଚାରିଚକିଆ ଗାଡ଼ିକୁ (ନଂ- OD 02C X 7877)ଜୋର୍ରେ ଧକ୍କା ଦେଇଥିଲା। ଫଳରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା।
​ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଡ଼ିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲଖଣା ସାହି ଗ୍ରାମର ଲଖ୍ମଣ ମୁର୍ମୁ (୨୦, ପିତା: ଲଦ ମୁର୍ମୁ) ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଗୋଟିଏ ଗୋଡ଼ ଓ ହାତ ଭାଙ୍ଗିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
​ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରଥମେ କପ୍ତିପଦା ଡାକ୍ତରଖାନା ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *