ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି/ ୧୦/୦୮: କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ସୋମବାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଯୋଗଦେଇ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଅଭିଯୋଗ ଦାଖଲ କରିଥିଲେ।
ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁସାରେ, ଜନଶୁଣାଣିରେ ମୋଟ ୪୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ୨୬ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୭ଟି ଗ୍ରାମ ସମ୍ପର୍କିତ ସମସ୍ୟା ଥିଲା। ଏହାଛଡ଼ା ରେଡ୍କ୍ରସ୍ ସହାୟତା ପାଇଁ ୧ଟି ଆବେଦନ ମଧ୍ୟ ଗ୍ରହଣ କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF) ସହାୟତା ପାଇଁ କୌଣସି ଆବେଦନ ଆସିନଥିଲା।
ଜନଶୁଣାଣି ସମୟରେ ୭ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟ ଅଭିଯୋଗଗୁଡ଼ିକର ଆବଶ୍ୟକୀୟ ଯାଞ୍ଚ ଓ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗକୁ ପଠାଯାଇଛି।
ଏହି ଜନଶୁଣାଣିରେ କଳାହାଣ୍ଡି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (SP) ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଜନସାଧାରଣଙ୍କ ସମସ୍ୟାର ଶୀଘ୍ର ସମାଧାନ ଓ ଆବଶ୍ୟକୀୟ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଛି।
କଳାହାଣ୍ଡି ଜିଲ୍ଲାର ମ.ରାମପୁରଠାରେ ଜନଶୁଣାଣିରେ ୪୪ ଅଭିଯୋଗ, ୭ଟିର ତତ୍କାଳ ସମାଧାନ


Total Users : 3605