ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:
ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସମସ୍ତ ଗ୍ରାମବାସୀ , ଆତ୍ମୀୟ ସ୍ୱଜନ ଓ ନିଜ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ନିଜ ମଦିୟ ବାସଭବନ ରାଇଘର ବ୍ଲକ୍ , ଚିତ୍ରକୋଟି ଗ୍ରାମରେ ନିମନ୍ତ୍ରଣ କରି ପାଳନ କଲେ ଓଡ଼ିଶା ର ପ୍ରମୁଖ ଗଣପର୍ବ ନୂଆଁଖାଇ। ଆଜିର ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନିତ କରିବା ପରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ପାଳନ କରିଥିଲେ ଗଣ ପର୍ବ ନୂଆଁଖାଇ। ତତ୍ସହିତ ଏକ ବିଶାଳ ଗଣଭୋଜି ର ଆୟୋଜନ କରାଯାଇଥିଲା । ସମସ୍ତ ଅତିଥି ଙ୍କ ଗହଣରେ ଧୁମ୍ ଧାମରେ ପାଳନ କରିଥିଲେ ଏହି ପର୍ବ । ପରେ ମନ୍ତ୍ରୀ ଏହି ଗଣପର୍ବ ନୂଆଁଖାଇ ର ମହତ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ତଥା ଗଣମାଧ୍ୟମ ଜରିଆରେ ସମସ୍ତ ଓଡ଼ିଶା ବାସୀଙ୍କୁ ଏହି ପବିତ୍ର ଗଣପର୍ବ ନୂଆଁଖାଇ ର ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ।



Total Users : 6775