ଦୁଇ ଛୋଟ ସନ୍ତାନଙ୍କ ମୁଣ୍ଡରୁ ଉଠିଗଲା ବାପାଙ୍କ ହାତ

ମହେଶ୍ୱର ଦିଗାଳ/ଡିଭିଜନାଲି ସାମ୍ବାଦିକ/ସମିକ୍ଷା ନିୟୁଜ
ବାଲିଗୁଡ଼ା ୧୫/୦୯/୨୬
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ଘରେ ରାତିରେ ଶୋଇଥିବା ସମୟରେ ସାପ କାମୁଡ଼ାରେ ଜଣେ ୩୮ ବର୍ଷୀୟ ବ୍ୟକ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସୁରେଶ ବେହେରା । ତାଙ୍କ ପିତାଙ୍କ ନାମ ମୃତକ ରାଜକୁମାର ବେହେରା । ସୁରେଶ ବାଲିଗୁଡ଼ା ୱାର୍ଡ ନମ୍ବର-୨ ଅନ୍ତର୍ଗତ ତୁମୁଡି ସାହି, ବେହେରା ପଦର ଅଞ୍ଚଳର ବାସିଦ୍ଧା ଅଟେ । ଘଟଣା ସବୁଠାରୁ ଦୁଃଖଦ ପକ୍ଷ ହେଉଛି, ସୁରେଶ ରାତ୍ର ସମୟରେ ପରେ ଶୋଇଥିବା ସମୟରେ ସାପ କାମୁଡିଥିଲା । ଅଚାନକ ଘଟଣାଟି ଅଞ୍ଚଳରେ ଶୋକର ଚାୟା ଖେଳି ଯାଇଥିଲା । ସୁରେଶଙ୍କ ମୃତ୍ୟୁ ପରେ ୨ଟି ସନ୍ତାନ ଝିଅ ଓ ପୁଅ ଅନାଥ ହେବା ସହିତ ସୁରେଶଙ୍କ ସ୍ତ୍ରୀଙ୍କମଥାରୁ ସିନ୍ଦୁର ଲିଭିଯାଇଛି । ସୁରେଶଙ୍କ ସାପ କାମୁଡିବା ପରେ ଅଚ଼େତା ଅବସ୍ଥାରେ ପ୍ରଥମେ ବାଲିଗୁଡ଼ା ସରକାରୀ ମେଡିକାଲକୁ ନିଆଯାଇଥିଲା। ସେଠାରେ ସୁରେଶଙ୍କ ଅବସ୍ଥା ଅତ୍ୟଧିକ ଖରାପ ଥିବା ଯୋଗୁଁ ବାଲିଗୁଡ଼ା ମେଡ଼ିକାଲ ଡାକ୍ତର ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକ ଆଶା କରିଥିଲେ ଯେ ଚିକିତ୍ସା ପରେ ସୁରେଶ ସୁସ୍ଥ ହୋଇ ଘରକୁ ଫେରିବେ ।

କିନ୍ତୁ ଭାଗ୍ୟର ନିର୍ଦ୍ଦୟ ପରିଣତିରେ ବ୍ରହ୍ମପୁର ମେଡ଼ିକାଲରେ ତାଙ୍କ ଚିକିତ୍ସା ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପରେ ନିୟମ ଅନୁଯାୟୀ ତାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା।ପୋଷ୍ଟମର୍ଟମ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହକୁ ହସ୍ତାନ୍ତର କରାଯାଇ ପରିବାର ଲୋକେ ନିଜ ଘର ଅଞ୍ଚଳକୁ ନିଆଯାଇ ଶବ ସତ୍କାର କରାଯାଇଥିଲା । ସୁରେଶଙ୍କ ୨ ଛୋଟ ସନ୍ତାନଙ୍କ ଭବିଷ୍ୟତ ଅନ୍ଧାର ହୋଇଗଲା । କାରଣ ପରିବାରରେ ଜଣେ ହିଁ ଉପାର୍ଜନକ୍ଷମ ଥିଲେ । ଛୋଟ ଛୋଟ ପିଲାକଙ୍କର ଶିକ୍ଷା, ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ଦୌନଦିନ ଆବଶ୍ୟକତା ପୂରଣ ଏବଂ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେଥିପାଇଁ ମୃତକଙ୍କ ପରିବାରର ଆର୍ଥିକ ସ୍ଥିତିକୁ ପ୍ରଶାସନ ପକ୍ଷର ଯାଞ୍ଚ କରିବା ସହିତ ନିୟମ ଅନୁଯାୟୀ ଯେଉଁ ସରକାର ସହାୟତା ପାଇବାକୁ ପରିବାର ଯୋଗ୍ୟ, ସେହି ସହାୟତା ଯୋଗାଇବାକୁ ପରିବାର ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି।



Total Users : 7023