
ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:
ପାରାଦୀପ ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ। ସୁନ୍ଦର ସୁନ୍ଦର ତୋରଣ ଏବଂ ଆଲୋକ ମାଳାରେ ଝଲସୁଛି ବନ୍ଦର ନଗରୀ। ଏହା ୭ ଦିନ ଧରି ଅନୁଷ୍ଠିତ ହେବ। ଏ ନେଇ ପଡୋଶୀ ଜିଲ୍ଳା ସମେତ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ପହଁଚି ନିଜର ପସରା ମେଲାଇବା ଆରମ୍ଭ କଲେଣି।

ଅଧିକା ଜନ ସମାଗମ କୁ ଲକ୍ଷ୍ୟ କରି ପ୍ରଶାସନ ତରଫରୁ ୧୫ ପ୍ଲାଟୁନ୍ ପୁଲିସ ସହ ୬୦ ଅଫିସର ଓ ୧୫୦ କନେଷ୍ଟବଳ ନିୟୋଜିତ ହେବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ଚୋରି ରାହାଜାନି ଏବଂ ଅନ୍ୟ କୌଣସି ଅପ୍ରୀତିକର ପିସ୍ଥିତି ପାଇଁ ପୁଲିସ ସଜାଗ ଅଛି ବୋଲି ଏ. ଏସ. ପି. ଆଜୀଙ୍କ୍ୟା ମାନେ ସୂଚନା ଦେଇଛନ୍ତି। ତେବେ ଚଳିତ ବର୍ଷ ପୂଜା ପାଇଁ ମ୍ୟୁନିସପାଲିଟି ପକ୍ଷରୁ ସମସ୍ତ ପ୍ରକାର ଆୟଜନ ଯଥା ପାଣି, ସଫେଇ, ଆଲୋକ ଏବଂ ସୂଚନା କେନ୍ଦ୍ର ଦ୍ୱାରା ଶ୍ରଦ୍ଧାଳୁଙ୍କର ଅବଗତି ନିମନ୍ତେ ବିବରଣୀ ପ୍ରଦାନ କରାଯିବା ପାଇଁ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।



Total Users : 6779