
ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡା/ ସମୀକ୍ଷା ନ୍ୟୁଜ:
ନୂଆପଡ଼ା ବିଧାୟକ ଶ୍ରୀଯୁକ୍ତ ଜୟ ଢୋଲକିଆ କୋମନା ବ୍ଳକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଚାଉଳଧୁଆ ଜଳପ୍ରପାତ ପରିଦର୍ଶନ କରିଛନ୍ତି। ଶ୍ରୀ ଢୋଲକିଆ ସୁନାବେଡ଼ା ଅଭୟାରଣ୍ୟ ଗସ୍ତ ବେଳେ ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭକ୍ତବନ୍ଧୁ ବୁଡ଼େକ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାଢୀ ସାମିଲ ଥିଲେ।

ପ୍ରଥମେ ସୁନାଦେଈ ମନ୍ଦିରରେ ଦର୍ଶନ କରିଥିଲେ। ଏହାର ଉନ୍ନତି ସହ ଅଭୟାରଣ୍ୟ ଅଧିବାସୀଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ସହ ସମସ୍ତ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବାକୁ ଅଭୟାରଣ୍ୟବାସୀଙ୍କ ସହ ଆଲୋଚନା କରିଥିଲେ। ପରେ ଚାଉଳଧୁଆ ଜଳପ୍ରପାତକୁ ଯାଇଥିଲେ । ଜଳ ପ୍ରପାତର ବିକାଶ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଅପରାହ୍ନରେ ବେନୁଆଧସ ଜଳପ୍ରପାତ ଗସ୍ତ କରିଥିଲେ। ଚେରେଚୁଆଁ ଗେଟରେ ଜିଲ୍ଲାବାସୀଙ୍କୁ ଅଭୟାରଣ୍ୟ ପ୍ରବେଶ ଶୁଳ୍କ ନନେବାକୁ ବିଧାୟକ ପ୍ରସ୍ତାବ ଦେଇଥିଲେ। ନୂଆପଡ଼ା ଏନଏସି ଅଧ୍ଯକ୍ଷ ମହମ୍ମଦ ଆଦମ, ଖରିଆରରୋଡ଼ ଏନଏସି ଉପାଧ୍ଯକ୍ଷ ନିଶାନ୍ତ ଡାଗା, ନୂଆପଡ଼ା ବ୍ଳକ ଉପାଧ୍ଯକ୍ଷ ଦିଲ୍ଲୀପ ନିର୍ମଳକର, ଜିଲ୍ଲା ପରିଷଦ ସଭ୍ୟ ମୁରଲୀଧର ଭୋଇ, ବିଜେପି ଜିଲ୍ଲା ସମ୍ପାଦକ କାଳିଆ ପ୍ରଧାନ, ଜିଲ୍ଲା ସାହୁ ସମାଜ ସଭାପତି ଧନୀରାମ ସାହୁ, ରଜେଶ ଶର୍ମା, ରାଜ୍ୟ ଏସଟି ମୋର୍ଜା ଆଇଟି ସେଲ ସଂଯୋଜକ ରବି ବାଗ, ଯୁବନେତା ଅଜୟ ଗହୀର, ମାନିଗୁଡ଼ା ସରପଞ୍ଚ ଯୋଗେନ୍ଦ୍ର ବାଗ, ମନମିତ ଗୁରୁଦତ୍ତା, କାଉନସିଲର ମଳୟ ରଂଜନ ମଣ୍ଡଳ, ଶିବାନନ୍ଦ ପାତ୍ର, ଯୁବରାଜ ଛତ୍ରିଆ, ମୋହନ ଚେଲକ, କେଶବ ନିଆଲ, ଜୟେଶ ସାହୁ, ବିନୟ ଜୈନ, ମନିଷ ଦୁବେ, ପୁଷ୍ପରଂଜନ ନାଗ, ଜିତେନ ସାହୁ, ମୁକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



Total Users : 7017