Headlines

ଜରଡ଼ା ଥାନା ଅଞ୍ଚଳରେ ଅବକାରୀ ଚଢ଼ାଉ, ବିପୁଳ ପରିମାଣରେ ମଦ ଜବତ

ହରିଶ୍ଚନ୍ଦ୍ର ସେଠୀ /ସମୀକ୍ଷା ପ୍ରତିନିଧି /ପାତ୍ରପୁର ବ୍ଲକ:

ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଉପ ଅଧିକ୍ଷୀକା ଶ୍ରୀମତୀ ସ୍ନେହଲତା ନାୟକ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଜରଡା ଥାନା ଅନ୍ତର୍ଗତ ଡାହାବାଡ଼, ଗୁଜଲିଙ୍ଗ ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ 34800 ଲିଟର ଗୁଡ଼ ପିଡ଼ିଆ ପୋଚ ଓ 1510 ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ , ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ 2,042,000/- ଟଙ୍କା ହେବ। ଏହି ଚଢ଼ଉ ରେ ଚିକିଟି ଅବକାରୀ ଥାନା ଅଧିକାରୀ ସଞ୍ଜୟ କୁମାର ଭୁକ୍ତା, ବ୍ରହ୍ମପୁର Dsf mobile ମୋହନ ପ୍ରଧାନ ଅଧିକାରୀ ଦିଗପହଣ୍ଡି ଅବକାରୀ ଅଧିକାରିଣୀ ସସ୍ମିତା ମଲ୍ଲିକ ତଥା ଅବକାରୀ ବିଭାଗର କର୍ମଚାରୀ ମାନଙ୍କ ସହ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ଜରଡା ଥାନା କର୍ମଚାରୀଙ୍କ ସହ ଫୋର୍ସ ଓ ପୋଲିସ୍ କର୍ମଚାରୀ ମାନଙ୍କୁ ନେଇ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *