Headlines

ଜିଆଇଇଟି ବିଶ୍ବବିଦ୍ୟାଳୟରେ ସବୁଜ ପରିବେଶ ପାଇଁ ବନମହୋତ୍ସବ ଆୟୋଜିତ

କିରଣ କୁମାର ପାଣିଗ୍ରାହୀ/ସମୀକ୍ଷା ନ୍ୟୁଜ/ଗୁଣୁପୁର: ସ୍ଥାନୀୟ ଜିଆଇଇଟି ବିଶ୍ବବିଦ୍ୟାଳୟ ପରିସରରେ ଗୁଣୁପୁର ବନ ବିଭାଗ ସହଯୋଗରେ ବନମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାରାରୋପଣ କରାଯାଇ ବନମହୋତ୍ସବର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ଼. ଏନ.ଭି. ଜଗନ୍ନାଧା ରାଓ, ପ୍ରଫେସର ଡ଼. ଏ.ଭି.ଏନ୍.ଏଲ୍. ଶର୍ମା, ସ୍କୁଲ୍ ଅଫ୍ ନର୍ସିଂର ଅଧ୍ୟକ୍ଷା ଡ଼. ଜୟଶ୍ରୀ, ପ୍ରଫେସର ପ୍ରତିଭା କର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୁଣୁପୁର ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପାତ୍ର, ବନପାଳ ପୂର୍ଣ୍ଣଚନ୍ଦ୍ର ସବିତା ମହାପାତ୍ର, ବନରକ୍ଷୀ ଶ୍ରୀରାମ କୁମାର ନାୟକ, ସୂର୍ଯ୍ୟ ନାରାୟଣ ମହାଙ୍କୁଡ଼ ପ୍ରମୁଖ ଉପସ୍ଥିତ ଥିଲେ। NSS କାର୍ଯ୍ୟକ୍ରମ ଅଧିକାରୀ ବାଣୀ ପ୍ରସାଦ ନାୟକ (ୟୁନିଟ୍-୧), NSS ସଦସ୍ୟ ଡ଼. ପ୍ରେମସୁ ଶେଖର ରଥ, ପ୍ରମୋଦ ରଞ୍ଜନ ପଣ୍ଡା, ସିଭିଲ୍ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ଡ଼. ଆଶିଷ କୁମାର ସାମଲ, କ୍ରୀଡ଼ା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବହୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଚାରାରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *