Headlines

ଟିଟିଲାଗଡ ବିଚରାସ୍ତାରେ ଗୁଣ୍ଡାରାଜ, ଅରାଜକତାର ଭୟଙ୍କର ଚିତ୍ର ୩ ଗରିଫ ପରେ କୋର୍ଟ ଚାଲାଣ

ସମୀକ୍ଷା ଟିଟିଲାଗଡ ରୁ ସନ୍ତୋଷ କୁମାର ପଟ୍ଟନାୟକ

ସପରାଧୀ ବେଫିକର, ଦିନକୁ ଦିନ ବଢୁଛି ଗୁଣ୍ଡାରାଜ। ପୋଲିସକୁ ନାହିଁ ଭୟ, ସ୍ପଷ୍ଟ ଦିବାଲୋକରେ, ବିଚ ରାସ୍ତାରେ ଚାଲିଛି ଗୁଣ୍ଡାରାଜ। ଟିଟିଲାଗଡ଼ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଛି। କିଛିଦିନ ତଳେ ଏପରି ଅଭିଯୋଗ ଆଣି ଟିଟିଲାଗଡ଼ ବିଜେପି ବିଧାୟକ ଙ୍କ ଉପରେ ବର୍ଷୀଥିଲେ ଟିଟିଲାଗଡ଼ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ। ଟିଟିଲାଗଡ଼ ରେ ବିଜେପି ଜିତିଲା ପରେ ଏ କଣ ଚାଲିଛି ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଟିଟିଲାଗଡ଼ ରେଳଷ୍ଟେସନ ଅଞ୍ଚଳରେ ପୁଣି ବୁଲିଲା ଖଣ୍ଡା ସହ ଭୁଜାଲି। କାର ଭିତରୁ ସିନେମା ଷ୍ଟାଇଲରେ ଓଲ୍ଲାଇ ବାହାରକଲେ ଖଣ୍ଡା, ଭୁଜାଲି ଭଳି ଜୀବନ ଘାତକ ଅସ୍ତ୍ର ଶସ୍ତ୍ର। ସଂଘବଦ୍ଧ ଭାବେ ଦୁଇ ଯୁବକଙ୍କୁ ନିର୍ଘାତୀୟା ମାରିଲେ, ଯିଏ ଯେମିତି ପାରିଲା ବାଡେଇଚାଲିଲା। ମୁଥ ଚାପୁଡ଼ା ଠାରୁ ଆରମ୍ଭ କରି ଦୁଇ ଯୁବକଙ୍କୁ, ୩ ରୁ ଅଧିକ ଯୁବକ ଖଣ୍ଡା ଭୁଜାଲି ଧରି ଆକ୍ରମଣ କରୁଥିବା ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓରେ ଦୁଇ ଜଣ ଯୁବକଙ୍କୁ ବିଚ ରାସ୍ତାରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ମାଡ ମାରୁଥିବା ଦେଖାଯାଉଛି।

ଟିଟିଲାଗଡ଼ ସହର ର ବିଜେପି ବିଧାୟକ ଙ୍କ ସହଯୋଗୀ ସଇଁତଲା ଫପସୀ ସ୍ଥିତ ଡ଼ୁମାଲପଡ଼ା ଗାଁ ର ବିଜେପି କର୍ମୀ ରମେଶ ବସ୍ତିଆ ଆଜି ନିଜ ତିନି ଜଣ ସହଯୋଗୀ ଙ୍କ ସହ ମିଶି ଟିଟିଲାଗଡ଼ ସହରରେ ଆତଙ୍କ ସୃଷ୍ଟି କରିଛନ୍ତି l ପ୍ରଥମେ ପୁରୁଣା ବ୍ୟାଙ୍କ ଛକ ନିକଟରେ ଜଣେ ଯୁବକ କୁ ଖଣ୍ଡା ଦେଖାଇ ଭୟଭୀତ କରିବା ସହିତ ରେଳଷ୍ଟେସନ ରାସ୍ତା ରେ ଜଣେ ଯୁବକ ଙ୍କୁ ଆକ୍ରମଣ କରିଛନ୍ତି l ଆକ୍ରମଣ କାରି ମାନେ ଏକ କଳା ରଙ୍ଗର ଅଲଟଜ ଗାଡି ଯାହାର ନମ୍ବର OD 03Z 8918 ରେ ସହରରେ ଆତଙ୍କ ଖେଳାଇ ଚାଲିଥିଲେ I ପରେ ଜଣେ ଯୁବକ କୁ ରାସ୍ତା ରେ ସାଇଟ ଦେବା ନେଇ ତୁମୁଳ କାଣ୍ଡ ଘଟାଇବା ସହ କିଛି ସମୟ ଧରି ଆତଙ୍କ ଖେଳାଇଥିଲେ। ଏନେଇ ଟିଟିଲାଗଡ଼ ଥାନାରେ ଆଶିଷ ପ୍ରଧାନ, ଅସିତ୍ ପ୍ରଧାନ ଏକ ମାମଲା ରୁଜୁ କରିବା ପରେ ଟିଟିଲାଗଡ଼ ଏସଡିପିଓ ଶ୍ରୀ ଯଶୋବନ୍ତ ପ୍ରଧାନୀ ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ମୁଣ୍ଡା, ଏସଆଈ କିରନ କୁମାର ଜାନି, ଏସଆଇ କୁମାରୀ ସୁକନ୍ୟା ରାଉତ, ଏସ ଆଈ ମନୋଜ କୁମାର ବିଶି, ଏସଆଈ କାର୍ତ୍ତିକ ପ୍ରଧାନ ଙ୍କ ସହିତ ଅନେକ ପୁଲିସ କର୍ମ ଚାରି ଙ୍କ ତତ୍ପରତା ଯୋଗୁଁ ଆତଙ୍କ ଖେଳାଇ ଫେରାର ମାରୁଥିବା କାର କୁ ଗୋଡାଇ ଗୋଡାଇ କାବୁ କରିବା ସହିତ ତିନିଜଣ ବ୍ୟକ୍ତି ଙ୍କୁ ଧରି ଥାନା ରେ ଅଟକ ରଖିଛନ୍ତି l ଗାଡି ଭିତରେ ଖଣ୍ଡା, ଭୁଜାଲି ସହ ଅନେକ ମାରଣାସ୍ତ୍ର ରହିଛି l ଯାହାକୁ ନେଇ ବିଜେପି କର୍ମୀ ମାନେ ଟିଟିଲାଗଡ଼ ଅଂଚଳରେ କୌଣସି ବଡ଼ ଧରଣର ଅଘଟଣ ଘଟାଇବା ପାଇଁ ପ୍ଲାନ କରୁଥିବା ସନ୍ଦେହ କୁ ଆହୁରି ବଢ଼ାଇଦେଇଛି ଏନେଇ ଟିଟିଲାଗଡ଼ ପୋଲିସ ରମେଶ ବସ୍ତିଆ, ମନୀଷ ଦାସ, ମୁକେଶ ମେହେର କୁ ଅଟକ ରଖି ତଦନ୍ତ କରି, ଆଜି ସମସ୍ତ ଅଭିଯୁକ୍ତ ମାନଙ୍କୁ କୋର୍ଟ କୁ ପଠାଇ ଦେଇଥିବା ସୂଚନା ଦେଇଛି ଟିଟିଲାଗଡ଼ ପୋଲିସ।

Leave a Reply

Your email address will not be published. Required fields are marked *