ଶଙ୍କର୍ଷଣ ସାହୁ// ପରଜଙ୍ଗ ପ୍ରତିନିଧି / ସମୀକ୍ଷା ନିୟୁଜ/୨୦/୦୬ : ପରଜଙ୍ଗ ବ୍ଲକ ଗଡ ପରଜଙ୍ଗ ପଞ୍ଚାୟତ ଜହ୍ନା ପଡା ଠାରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ୍ କୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଛନ୍ତି। ସେଠାରେ ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଏହି ଭର୍ଚୁଆଲ ବୈଠକରେ ସାମିଲ ଥିଲେ। ଏହି ପରିପ୍ରେକ୍ଷୀରେ ଗ୍ରିଡ୍ କର୍ପୋରେସନ ନିୟନ୍ତ୍ରଣ ଗୃହ ଠାରେ ବିଦ୍ୟୁତ୍ ବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହି ସବ୍ ଷ୍ଟେସନ ପାଇଁ ବହୁ ଦିନ ଧରି ସରକାରଙ୍କୁ ଦାବି ଆପତ୍ତି କରି ଆସୁଥିଲେ। ପରଜଙ୍ଗ ବ୍ଲକର ସମସ୍ତ ଗ୍ରାମାଞ୍ଚଳ ଏହି ଗ୍ରୀଡ଼ ହେବା ଦ୍ୱାରା ବିଦ୍ୟୁତ୍ ସମସ୍ୟା ଦୂରୀଭୂତ ହେବା ନେଇ ଆଶା ରଖିଛନ୍ତି । ଏଥିପାଇଁ ପୂର୍ବ ସରକାର ଥିବା ସମୟରୁ ଏହି ଗ୍ରିଡ୍ ଟିକୁ କାର୍ଯ୍ୟକାରୀ କରିବା ପାଇଁ ଲୋକଙ୍କ ମାଧ୍ୟ୍ୟରେ ଆଶା ଓ ଆକାଂକ୍ଷା ଥିଲା। ସରକାର ପରିବର୍ତ୍ତନ ହେତୁ ଏହା ଆଶା ଆକାଂକ୍ଷାରେ ରହି ଗଲା ପରି ମନେ କରୁଥିଲେ ଅଞ୍ଚଳବାସି। କିନ୍ତୁ ନୂଆ ବିଜେପି ସରକାର ଆସିବାପରେ ସ୍ଥାନୀୟ ବିଧାୟକଙ୍କର ଉଦ୍ୟମରେ ଆଜି ଏହା ସଫଳ ହୋଇପାରିଛି। ସ୍ଥାନୀୟ ଲୋକଙ୍କ ମନେରେ ବିଧାୟକଙ୍କ ପାଇଁ ଶୁଭେଚ୍ଛାର ସୁଅ ଫୁଟିବା ସହ ଆଜି ଗ୍ରିଡ୍ କାର୍ଯ୍ୟକ୍ଷମ ହେବା ପରେ ଅଞ୍ଚଳରେ ଖୁସି ର ଲହରୀ ଖେଳି ଯାଇଛି।
ପରଜଙ୍ଗ: ଭର୍ଚୁଆଲ ମାଧ୍ୟାମରେ ୨୨୦/୩୩ କେଭି ଗ୍ରିଡ୍ ସବ୍ ଷ୍ଟେସନ ଉଦ୍ଘାଟନ
oplus_140509184


Total Users : 568