Headlines

ଡେଲାଙ୍ଗରେ ଅଷ୍ଟମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ;ପାନୀୟଜଳ, ଆବାସଗୃହ ଉପରେ ବିଧାୟକଙ୍କ ଗୁରୁତ୍ୱ

ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ :

ଡେଲାଙ୍ଗ,ତା୫।୯ ଡେଲାଙ୍ଗ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଅଷ୍ଟମ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷା ରମାଦେବୀ ରାଉତରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡେଲାଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ସମୀର କୁମାର ବେହେରା, ଉପାଧ୍ୟାକ୍ଷ ଦୁର୍ବଶା ନିଶଙ୍କ,ପିପିଲି ଏସଡିପିଓ ପିପିଲି ଦେବାଶିଷ ମିଶ୍ର,ଅତିରିକ୍ତ ତହସିଲଦାର ରାଜେନ୍ଦ୍ର କୁମାର ମହାରଣା,ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ବାରିକ ପ୍ରମୁଖ ସହିତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ମାନେ ଯୋଗ ଦେଇଥିଲେ।

ବ୍ଲକ ଅଧ୍ୟକ୍ଷାଙ୍କ ଅନୁମତି କ୍ରମେ ଗ୍ରାମ ପଂଚାୟତ ଉନ୍ନୟନ ଅଧିକରୀ ନୃସିଂହ ଚରଣ ମିଶ୍ର ପୂର୍ବ ବୈଠକ ର ବିବରଣୀ ପଠନ କରିଥିଲେ ଏବଂ ଦୃଢ଼ୀ କରଣ ହୋଇଥିଲା । ଏଥିରେ ବିଡିଓ ଶ୍ରୀ ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ। ସିପି ସତ୍ୟପ୍ରିୟ ବେହେରା ବ୍ଲକ ପଂଚାୟତ ଉନ୍ନୟନ ସମ୍ବଦ୍ଧିୟ କାର୍ଯ୍ୟ ଉପରେ ସରକାର ଙ୍କ ନିୟମ ମୁତାବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ଏହି ପଂଚାୟତ ସମିତି ବୈଠକ ରେ ଏଜେଣ୍ଡା ଭିତ୍ତିକ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ମହିଳା ଓ ଶିଶୁ ବିକାଶ,ସମାଜ ମଙ୍ଗଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଉଦ୍ୟାନ, ଶକ୍ତି, ଖାଉଟି, ଗ୍ରାମୀଣ ଆବାସ ଯୋଜନା, ଭିବି -ଜି ରାମ ଜି, ମିଶନ ଶକ୍ତି, କୃଷି ଓ ପଶୁ ପାଳନ ଉପରେ ଆଲୋଚନା ହୋଇଥିଲା। ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ପାନୀୟ ଜଳ ଯୋଗାଣ ସମସ୍ୟା ର ସମାଧାନ ଏବଂ ଗ୍ରାମୀଣ ଆବାସ ଯୋଜନା ଉପରେ ଯୋଗ୍ୟ ହିତାଧିକାରୀ ଙ୍କୁ ବାଦ ନଦେବା ପାଇଁ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଏହାର ସଠିକ ତଦାରଖ କରିବାକୁ ନିର୍ଦେଶ ଦେଇଥିଲେ। ଶେଷରେ ଅଧ୍ୟକ୍ଷା ଶ୍ରୀମତି ରାଉତରାୟ ଡେଲାଙ୍ଗ ପଂଚାୟତ ସମିତି ର ସର୍ବାଙ୍ଗୀନ ଊନତି ପାଇଁ ନିର୍ବାଚିତ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଠାରୁ ସହଯୋଗ ଲୋଡି ସଭା ସାଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *