Headlines

ଢେ଼ଙ୍କାନାଳ:ପୂର୍ତ୍ତ ବିଭାଗ ରାସ୍ତା ଉପରେ ଆଣ୍ଠୁଏ ପାଣି


ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ଠାରୁ ବଡ କମର ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ବାବା ବାଙ୍କ ବିହାରୀ ଆଶ୍ରମ ବଡ଼ଯୋରା ଛକ ନିକଟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଅଛି। ଲଗାତାର ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେତୁ ନୂତନ ଭାବେ ସମ୍ପସ୍ରାଣ ହୋଇ ଥିବା ପୂର୍ତ୍ତ ବିଭାଗ ରାସ୍ତା ସଠିକ ନିର୍ମାଣ ହୋଇ ନଥିବାରୁ ଏହି ସମସ୍ୟା ହୋଇଥିବା ଅନୁମାନ କରାଯାଇଛି । ପୂର୍ବରୁ ବର୍ଷା ଜଳ ନିଷ୍କାସନ ପାଇଁ ପୋଲ ଥିବା ବେଳେ ସେହି ସ୍ଥାନରେ ହୋମ୍ ପାଇପ୍ ଦେଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି। ଯାହାଦ୍ଵାରା ପାଟରପଦା ବଡଯୋରା ନିକଟରେ ପୂର୍ତ୍ତ ବିଭାଗ ରାସ୍ତା ଅତିକ୍ରମ କରିବା ପାଇଁ ଆଣ୍ଠୁଏ ପାଣି ରେ ଯିବାକୁ ପଡୁଛି। ସେହି ପୂର୍ତ୍ତ ବିଭାଗ ରାସ୍ତା କୁ ଲାଗି ରହିଥିବା ଚାଷ ଜମି ଓ ଛତୁ ଫାର୍ମ ସେଠାରେ ଶ୍ରମିକ ରହୁଥିବା ଘର ପାଣିରେ ବୁଡି ରହିଛି। ସୂଚନା ମୁତାବକ : ପାଟରପଦା ଗ୍ରାମର ସୁଶାନ୍ତ ବିଶ୍ୱାଳଙ୍କ ଜମିରେ କଟାବାହାଳ ଗ୍ରାମର ଦାମୋଦର ଦେହୁରୀ ଧାନ ଚାଷ ଓ ଛତୁ ଫାର୍ମ କରି ପରିବାର ପ୍ରତି ପୋଷଣ କରନ୍ତି। ଦୁଇ ଦିନ ଭିତରେ ପାଣି ନିଷ୍କାସନ ନହେଲେ ଧାନ ଚାରା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯିବ ବୋଲି ଅନୁମାନ କରୁଛନ୍ତି ଭାଗ ଚାଷୀ । ଜମି ମାଲିକ ଅଭିଯୋଗ କରିଛନ୍ତି କି ରାସ୍ତା ନିର୍ମାଣରେ ଅନିୟମିତ ନିମ୍ନମାନ କାର୍ଯ୍ୟ ଭିଭାଗୀୟ ଖାମଖିଆଲି ମନୋଭାବ ପାଇଁ ଏହିପରି ସମସ୍ୟା ସୃଷ୍ଟି ହୋଇଛି । ଜଳ ନିଷ୍କାସନ ପାଇଁ ପୂର୍ଵରୁ ସେହି ସ୍ଥାନରେ ପୋଲ ନିର୍ମାଣ ହୋଇଥିଲା କିନ୍ତୁ କାହିଁକି ପୋଲ କୁ ଭାଙ୍ଗି ହୋମ ପାଇପ କାହା ନିର୍ଦେଶରେ ବିଛା ଯାଇଅଛି ତାହା ତଦନ୍ତ ହେବା ନିତ୍ୟାନ୍ତ ଆବଶ୍ୟ ନୁହେଁକି? । ରାସ୍ତା ଉପରେ ପାଣି ଯାଉଥିବା ହେତୁ ସେହି ରାସ୍ତାରେ ଯାତାୟାତ କରୁଥିବା ଶହ ଶହ ଗାଡ଼ି ମୋଟର ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ସହିତ ଏହାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଭାଗ ଚାଷୀଙ୍କୁ କ୍ଷତି ପୁରଣ ଦେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *